Home ଜିଲ୍ଲା ପରିକ୍ରମା ପଣପଣା ସେବା ସମବାୟ ସମିତି ଘଟଣା : ଆଶା ନିରାଶାରେ ଚାଷୀ ଓ ହିତାଧିକାରୀ

ପଣପଣା ସେବା ସମବାୟ ସମିତି ଘଟଣା : ଆଶା ନିରାଶାରେ ଚାଷୀ ଓ ହିତାଧିକାରୀ

25

ବାହାନଗା,୨୨ା୧୧(ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତି ସର୍ବଦା ଚର୍ଚ୍ଚା ପରିସରରେ ଆସିଛି । ବର୍ଷ ବର୍ଷ ଧରି ବାଦ ବିବାଦ ଭିତରେ ଚାଲି ଆସିଥିବା ସେବା ସମବାୟରେ ଚାଷୀ ଓ ହିତାଧିକାରୀ ଆଶା ନିରାଶା ଭିତରେ କାଟି ଆସୁଛନ୍ତି । ଫଳରେ ଦିନକୁ ଦିନ ଅଶାନ୍ତି ବଢି ବଢି ଯାଉଥିବାର ଜଣାପଡ଼ିଛି । ପୂର୍ବରୁ ସମବାୟ ସମିତିରେ କର୍ମଚାରୀଙ୍କ ଦ୍ୱାରା କୋଟି କୋଟି ଟଙ୍କା ଆତ୍ମସାତ କରିବା ଭଳି ଘଟଣା ସାମ୍ନାକୁ ଆସିଥିଲ।। ଏହା ଜଣାପଡ଼ିବା ପରେ ବିଳମ୍ବରେ ହେଉ ପଛେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପୂର୍ବତନ ସମ୍ପାଦକଙ୍କୁ ବହିସ୍କାର କରାଯାଇଥିଲା । ଫଳରେ ସମବାୟ ସମିତିର ଅବସ୍ଥା ଏମିତି ଖରାପ ହୋଇ ଥିଲା ପ୍ରତ୍ୟୋକ ଦିନ କାରବାର କରିବା ପାଇଁ ସମିତି ପାଖରେ ସମ୍ବଳ ନଥିବାର ଜଣାପଡ଼ିଥିଲା । ଫଳରେ ହିତାଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉଚବାଚ ହୋଇଥିବାର ନଜରକୁ ଆସି ଦିନଦିନ ସମବାୟ ସମିତି ବନ୍ଦ ଥିବାର ନଜରକୁ ଆସିଥିଲ।। ଦେଢକୋଟିରୁ ଉର୍ଦ୍ଧ ଟଙ୍କାର ହେରଫେର ଅଭିଯୋଗରେ ନିଲମ୍ବିତ ହୋଇ ଥିବା ପୂର୍ବତନ ସମ୍ପାଦକ ପ୍ରଦୀପ୍ତ ଦାଶଙ୍କର ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ହତ୍ୟା ନା ଆତ୍ମ ତାହା ସମସ୍ତଙ୍କ ମଧ୍ୟରେ ଆଲୋଚନାର ବିଷୟ ବସ୍ତୁ ପାଲଟିଥିଲା । ପରେ ଏହି ସମବାୟ ସମିତିର କାର୍ଯ୍ୟଭାର ପ୍ରଫୁଲ୍ଲ ପଲେଇଙ୍କୁ ଦିଆ ଯାଇଥିଲ।। କିନ୍ତୁ ସମବାୟ ସମିତିର ସମ୍ବଳ ନ ଥିବାରୁ ସାଧାରଣ ଜମାକାରୀ ଟଙ୍କା ଉଠାଇ ନପାରି ତାଙ୍କ ସାଙ୍ଗରେ ଗଣ୍ଡ ଗୋଳ କରିବାରୁ ସମିତି ଉଚ୍ଚ ଅଧିକାରୀଙ୍କ ଦ୍ୱାରା ବନ୍ଦ କରାଯାଇଥିଲ।। ପରେ କୌଣସି ବିଭାଗୀୟ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଥିବାର ଜଣାପଡ଼ିଛି । କିନ୍ତୁ ସେବା ସମବାୟ ସମିତ ଖୋଲା ଯାଉ ନଥିବାର ଜଣାପଡ଼ିଛି । ଆଗରେ କୌଣସି ଫଳକ ନାହିିଁ । ଗେଟରେ ତାଲା ଝୁଲୁଥିବାର ଦେଖା ଯାଇଛି । ଆଗକୁ ଚାଷୀର ଅମଳ ଧାନ କିଣା ସମୟ ଆସୁଥିବାରୁ ଚାଷୀ ମାନେ ନିରାଶା ମଧ୍ୟରେ ଥିବାର ଜଣାପଡ଼ିଛି । ଏ ସବୁ ପରେବି ଚାଷୀ ଓ ହିତାଧିକାରୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି । ବିଭାଗୀୟ ପକ୍ଷରୁ ସମ୍ପାଦକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ଦିଆ ଯାଇଥିବାର ଜଣାପଡ଼ିଛି । ଯଦି ନୂଆ ସମ୍ପାଦକ ଓ ବିଭାଗ ତରଫରୁ ମିଳିତ ଭାବେ ଆସି ସେବା ସମବାୟ ସମିତିକୁ ସଜାଡ଼ି ପୁଣି ଚାଷୀ ଓ ହିତାଧିକ୍‌ାରୀଙ୍କର ଆଶା ଭରସାକୁ ଫେରେଇ ପାରିବେ ତାହା ଦେଖିବାକୁ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏବାବଦରେ ବାଲେଶ୍ୱର , ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଯୋଗାଯୋଗ କରିବାରୁ ସମବାୟ ସମିତି ବନ୍ଦ ଥିବା କହିଥିଲେ । ଓ ନୂତନ ସମ୍ପାଦକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.