Home ଓଡ଼ିଶା  ପଟିଆ ଜଙ୍ଗଲ ରେ ବଣୁଆ ହାତୀର ମୃତ୍ୟୁ

 ପଟିଆ ଜଙ୍ଗଲ ରେ ବଣୁଆ ହାତୀର ମୃତ୍ୟୁ

38

ନୟାଗଡ/୮/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ପଟିଆ ଗ୍ରାମପଞ୍ଚାୟତ ପାଇକ ସାହି ନିକଟ ହାତୀ ଖାଲ ଜଙ୍ଗଲ ରେ ଏକ ବଣୁଆ ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଜଙ୍ଗଲ କୁ ଯାଇଥିବା ଲୋକମାନେ ହାତୀ ମରି ପଡିଥିବାର ଦେଖିଥିଲେ । ଖବର ପାଇ ଟାଙ୍ଗୀ ରେଞ୍ଜର ରବି ପଣ୍ଡା ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ହାତୀର ଶବ ଜବତ କରିବା ପରେ ଏକ ଡାକ୍ତରୀ ଦଳ ଡକାଇ ହାତୀ ର ଶବ ବ୍ୟବଛେଦ କରିଥିବା ଜଣାପଡିଛି । ହାତୀ ଶବ ବ୍ୟବଛେଦ ରେ ରଣପୁର ପ୍ରାଣୀ ଚିକିତ୍ସାଳୟ ର ଡାକ୍ତର ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପଟ୍ଟଯୋଷୀ , ଡାକ୍ତର ଶୈାଳେନ୍ଦ୍ର ମହାନ୍ତି  ଓ ଡାକ୍ତର ବୈକୁଣ୍ଠ ସାହୁ ସାମିଲ୍ ଥିବା ଜଣାପଡିଛି ।

ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁ ର ପ୍ରକୃତ ରହସ୍ୟ ଜଣାପଡିବ । କିନ୍ତୁ ଏ ସର୍ମ୍ପକେ ରେଞ୍ଜର ରବି ପଣ୍ଡା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ହାତୀ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲା । ବନ କର୍ମଚାରୀ ମାନେ ଡାକ୍ତର ଡକାଇ ହାତୀ ର ଚିକିତ୍ସା କରାଉଥିଲେ । କିନ୍ତୁ ହଠାତ୍ ଫେବୃୟାରୀ ୮ ତାରିଖ ସକାଳୁ ହାତୀର ମୃତ୍ୟୁ ଖବର ପାଇ ବନ ବିଭାଗ ରେ ଦୁଃଖ ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.