Home ଓଡ଼ିଶା ଆନ୍ତଃରାଜ୍ୟ ଦିବାରାତ୍ରୀ ଭଲି ଖେଳରେ ଓଡିଶା ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ

ଆନ୍ତଃରାଜ୍ୟ ଦିବାରାତ୍ରୀ ଭଲି ଖେଳରେ ଓଡିଶା ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ

28

ନୟାଗଡ/୮/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ବାମଡା ଗ୍ରାମରେ ୟୁନିକ୍ କ୍ଲବ ତରଫରୁ ୪ଗୋଟି ଆନ୍ତଃରାଜ୍ୟ ଦଳ କୁ ନେଇ ଦିବାରାତ୍ର ଭଲିବଲ୍ ଖେଳ ଅନୁଷ୍ଠିତ ହୋଇଯାଇଅଛି । ଏହି ଭଲି ଖେଳ ରେ ଭାଇଜାକ୍ ରେଲ୍‌ୱେ , ହରିଆଣା  ଓଡିଶାସ୍ପୋର୍ଟସ ହଷ୍ଟେଲ ଭୂବନେଶ୍ୱର ଓ ଚଣ୍ଡିଗଡ ରାଇଜିଙ୍ଗ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପରସ୍ପର ପରସ୍ପର କୁ ଭେଟିଥିବା ବେଳେ ଫାଇନାଲ୍ ଖେଳ ଭାଇଜାକ୍ ରେଲ୍‌ୱେ ଓ  ଓଡିଶା ସ୍ପୋର୍ଟସ ହଷ୍ଟେଲ ଭୂବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶା ସ୍ପୋର୍ଟସ ହଷ୍ଟେଲ ଭୂବନେଶ୍ୱର ଚମ୍ପିୟାନ ହୋଇଥିବା ବେଳେ ଭାଇଜାକ୍ ରେଲ୍‌ୱେ ରନର୍ସପ ଭାବେ ବିବେଚିତ ହୋଇଥିଲେ । ଏହି ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ୟୁନିକ୍ କ୍ଲବ ର ଉପଦେଷ୍ଟା ରଣପୁର ବ୍ଲକ ର ପୂର୍ବତନ ଚେୟାରମ୍ୟାନ  ଇଂ ଦେବାଶିଷ ପଟ୍ଟନାୟକ , ସରପଞ୍ଚ ସୁକାନ୍ତ ସାମନ୍ତରାୟ , ସମିତି ସଭ୍ୟ ତପନ କୁମାର ପଟ୍ଟନାୟକ , ସମାଜ ସେବୀ ମୁସାରଫ୍ ଖାନ୍ ଓ ଯୁବନେତା ଲିଙ୍ଗରାଜ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଖେଳ ଆରମ୍ଭ ହେବା ପୂର୍ବରୁ ପୂର୍ବତନ ଭଲି ଖେଳାଳି ଶେଖ୍ ଫାଜଲ୍ , ଗଫାର୍ ଖାନ୍ , ଅବଦୁଲ୍ ହାଲିମ୍ ଖାନ୍ , ଅଜିତ୍ ଖାନ୍ ଓ ସୈାରୀବନ୍ଧୁ ପ୍ରଧାନ ଙ୍କୁ ଉପଢଉକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ସତ୍ୟ ନାରାୟଣ ପ୍ରଧାନ ବିଜୟୀ ଓଡିଶା ସ୍ପୋର୍ଟସ ହଷ୍ଟେଲ ଭୂବନେଶ୍ୱର କୁ ଚମ୍ପିୟାନ ଟ୍ରଫି ସହ ୧୦ ହଜାର ଟଙ୍କା ଅର୍ଥ ପ୍ରଦାନ କରିଥିଲେ । ସେହିଭଳି ଭାବରେ ରନର୍ସ ଦଳ ଭାଇଜାକ୍ କୁ ରନର୍ସ ଟ୍ରଫି ସହ ୮ ହଜାର ଟଙ୍କା ପ୍ରଦାନ କରିଥିଲେ ।  ଭାଇଜାକ୍ ଦଳ ର ସାଇ ପ୍ରକାଶ କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଦିବାରାତ୍ର ଭଲି ଖଳେ ଦେଖିବା ପାଇଁ ୩ ହଜାର ରୁ ଉର୍ଦ୍ଧ ଦର୍ଶକ ସମବେତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.