Home କେନ୍ଦୁଝର ପଞ୍ଚାୟତ ହାଇସ୍କୁଲରେ କୋଭିଡ ଟୀକାକରଣ ଶିବିର

ପଞ୍ଚାୟତ ହାଇସ୍କୁଲରେ କୋଭିଡ ଟୀକାକରଣ ଶିବିର

70

ହାଟଡ଼ିହି, ୨୧ ।୭ (ଓଡିଆପୁଅ / ବିକାଶ ବିଶ୍ୱାଳ) ପଞ୍ଚାୟତ ହାଇସ୍କୁଲ ଶାସଙ୍ଗ ରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ଓ ବିପିଓ ଚନ୍ଦନ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୨୪୦ଜଣ ଲୋକଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶିବିରରେ ସୁପ୍ରଭା ବଳ, ମୋନାଲିସା ଘଡେଇ, ସୁକାନ୍ତ ସା, ଶଶ୍ୱତୀ ପ୍ରୀୟଦର୍ଶନୀ ନାୟକ, ବିଶ୍ୱକେଶନ ଦାସ, ଏଲଏଚଭି ନିରୁପମା ଦାସ ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ଟୀକା ପ୍ରଦାନ କରିଥିଲେ । ଟୀକା ନେବାକୁ ଆସୁଥିବା ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଟୀକା ନେଉଥିବା ଦେଖିବାକୁ ମିଳିଥିଲା । ସେହିପରି ଆଜି ଜମ୍ଭୀରାରେ ୨୩୬, ଶାଳକଣିଆଁରେ ୧୧୨ ଓ ବଳଭଦ୍ରପୁରରେ ୨୧୯ଜଣଙ୍କୁ ଟୀକା ଦିଆଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.