Home ଓଡ଼ିଶା ପଚାଂୟତ ନିର୍ବାଚନରେ ଉତମ ପ୍ରାର୍ଥୀ ଚୟନ ନେଇ ଆଦିବାସୀ ସଂଘପକ୍ଷରୁ ବୈଠକ

ପଚାଂୟତ ନିର୍ବାଚନରେ ଉତମ ପ୍ରାର୍ଥୀ ଚୟନ ନେଇ ଆଦିବାସୀ ସଂଘପକ୍ଷରୁ ବୈଠକ

32

ମାଲକାନଗିରି,୧୮ା୧୦(ଓଡିଆ ପୁଅ) ଆଗାମି ପଚାଂୟତ ନିର୍ବାଚନ ପାଇଁ ସରକାରି ସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ଓ ଆଦିବାସୀ ସଂଘ ପ କ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାଲକାନଗରି ଜିଲ୍ଲା ତାର୍ଲାକୋଟା ପଚାଂୟତ କଟାଂମାଡି ଆଦିବାସୀ ଗ୍ରାମରେ ଜିଲ୍ଲାଆଦିବାସୀ ସଂଘର ସଭାପତି ବାଲରାଜୁ ଗେମେଲ ଙ୍କ ଅଧ୍ୟ କ୍ଷତାରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଆଗାମୀ ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ ପାଇଁ ପଚାଂୟତରେ ସରପଚଂ,ସମିତି ସଭ୍ୟ,ଜିଲ୍ଲାପରିଷଦ ସଭ୍ୟ ଓ ଗ୍ରାମରେ ଓ୍ୟାର୍ଡମେମ୍ବର ପଦବି ପାଇଁ ଉତମ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା । ଜିଲ୍ଲାରେ କରାଯାଇଥିବା ମହିଳା ଓ ପୁରୁଷ ସଂରକ୍ଷଣ ପଦ୍ଧତି ଠିକ ଭାବେ ହୋଇନଥିବାରୁ ନିର୍ବାଚନ ସମୟରେ ପଚାଂୟତ ଓ ଗ୍ରାମବାସୀ ମାନେ ପ୍ରାର୍ଥୀ ଚୟନରେ ଘୋର ଅସୁବିଧା ର ସମ୍ମୁଖିନ ହେବେ ବୋଲି ଆଦିବାସୀ ସଂଘପ କ୍ଷରୁ ମତଉପସ୍ଥାପନ କରାଯାଇଥିଲା । ଏହି ବୈଠକରେ ରଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ମହାସଂଘର ଆଦିବାସୀ ନେତା ଘେନୁମୁଦୁଲି,ବୁଦ୍ଧଦେବ ମାଝୀ,ଲ କ୍ଷମଣ ପାଙ୍ଗି,ନାରାୟଣ ପାଙ୍ଗି,ବୁଲୁ ଖିଲ,ନିରଜଂନ ଗୁଣ୍ଡା ପ୍ରମୁଖ ଆଦିବାସୀ ନେତା ମାନେ ଉପସ୍ଥିତ ରହି ନିର୍ବାଚନ ସଂପର୍କରେ ଆଲୋଚନା କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ,କୃଷି କ୍ଷେତ୍ରରେ କିପରି ଆଦିବାସୀ ଗ୍ରାମବାସୀ ମାନେ ଉପକୃତ ହୋଇପାରିବେ ସେନେଇ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.