Home କେନ୍ଦୁଝର ହାଟଡିହିରେ କୋଭିଡ ଟୀକାକରଣ ଲକ୍ଷେ ଟପିଲା

ହାଟଡିହିରେ କୋଭିଡ ଟୀକାକରଣ ଲକ୍ଷେ ଟପିଲା

44

ହାଟଡ଼ିହି, ୧୮ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା ମହାମାରୀକୁ ପ୍ରତିରୋଧ କରିବାର ପ୍ରମୁଖ ଅସ୍ତ୍ର ହେଉଛି କୋଭିଡ ଟୀକା । ସରକାରଙ୍କ ନିୟମାନୁଯାୟୀ ବର୍ତ୍ତମାନ କେବଳ ୧୮ବର୍ଷରୁ ଉର୍ଦ୍ଧ ବୟସର ଲୋକ ମାନଙ୍କୁ କୋଭିଡ ଟୀକାକରଣ କରାଯାଉଛି । ଏହି ଟୀକାକରଣ କାର୍ଯ୍ୟକ୍ରମରେ ହାଟଡିହି ବ୍ଲକ ଜିଲ୍ଲାର ପ୍ରଥମ ବ୍ଲକ ଭାବେ ଏକ ଲକ୍ଷ ଲୋକଙ୍କୁ ଟୀକା କରଣ କରାଇ ପାରିଛି । ଗତ ୧୪ତାରିଖ ସୁଧା ମୋଟ ୪୨୬ଗୋଟି ଶିବିର କରାଯାଇ ୧୦୧୯୭୭ ଡୋଜ ଟୀକା ଦିଆଯାଇଛି । ଯାହାକି ଜିଲ୍ଲାରେ ପ୍ରଥମ । ସେହିପରି ମୋଟ ୧୦୨୧ଜଣ ଗର୍ଭବତୀଙ୍କୁ ଏହି ଟୀକା ପ୍ରଦାନ କରାଯାଇଛି । କରୋନା ଟୀକା ନଷ୍ଟରେ ମଧ୍ୟ ବିଯୁକ୍ତ ରହିଛି । କରୋନା ଟୀକା ନଷ୍ଟକୁ ରୋକିବା ଦିଗରେ ଆରମ୍ଭରୁ ବେଶ ସତର୍କତା ଅବଲମ୍ବନ କରାଯାଇଥିଲା ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ କହିଛନ୍ତି । ତାଙ୍କ କହିବାନୁଯାଇ ବ୍ଳକର ସମସ୍ତ ସରପଞ୍ଚ, ଜନସାଧାରଣଙ୍କ ସହଯୋଗ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଆଗାମୀ ଦିନରେ କୋଭିଡ ଟୀକାକରଣକୁ ବ୍ୟାପକ କରିବାପାଇଁ ପ୍ରତ୍ୟେକ ଗ୍ରାମରେ କୋଭିଡ ଟୀକାକରଣ କରାଯିବାର ଲକ୍ଷ ରଖାଯାଇଛି ବୋଲି ବିପିଏମ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.