Home ଓଡ଼ିଶା ପଚାଂୟତରାଜ ଦିବସରେ ମାଲକାନଗିରି ଜିଲ୍ଲା ର ସାତଟି ବ୍ଲକକୁ ଆମ ଗାଁ ଆମ ବିକାଶ ପିଠା...

ପଚାଂୟତରାଜ ଦିବସରେ ମାଲକାନଗିରି ଜିଲ୍ଲା ର ସାତଟି ବ୍ଲକକୁ ଆମ ଗାଁ ଆମ ବିକାଶ ପିଠା କାର୍ଯ୍ୟକ୍ରମରେ ପୁରସ୍କୃତ

320

ମାଲାକନଗିରି, ୫ା୩( ଓଡିଆ ପୁଅ ) ପ୍ରବାଦପୁରଷ ବିଜୁପଟନାୟକ ଙ୍କ ଜନ୍ମତିଥି ଓ ପଚାଂୟତରାଜ ଦିବସ ପାଳନ ଅବସରରେ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକକୁ ଆମଗାଁ ଆମ ବିକାଶ ପିଠା କାର୍ଯ୍ୟକ୍ରମରେ ସଫଳତା ପାଇଁ ସମ୍ମାନିତ କରାଯାଇ ପୁରସ୍କୃତ କରା ଯାଇଛି। ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରବାସ ପରିସରରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଜିଲ୍ଲାସ୍ତରୀୟ ପଚାଂୟତରାଜ ଦିବସ ପାଳନ ଅବସରେ ମୁଖ୍ୟଅତିଥି ଭାବେ ନବରଙ୍ଗପରୁ ସାଂସଦ ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ବିଧାୟକ ମାନସ ମାଡକାମି, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି ଯୋଗଦେଇ ବିଶିଷ୍ଟ ଜନନାୟକ କଳିଙ୍ଗପୁତ୍ର ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦୀପପ୍ରଜ୍ୱଳନ କରି ଉତ୍ସବଟିକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ୟାତମ ଅତିଥି ଭାବେ ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା, ପୁବ ର୍ତନ ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୈର, ଏପିଡି ମାନସ କୁମାର ମିଶ୍ର, ଏପିଡି ହିମାଶୁଂଶେଖର ମହାରଣା, ବାଲାଜିପଟନାୟକ, ଯୋଗଦେଇ ଗାଁର ଉନ୍ନତି, ଗାଁ ଲୋକଙ୍କ ସଶକ୍ତିକରଣ ଓ ପଚାଂୟତରାଜ ଦିବସର ତାତ୍ପର୍ଯ୍ୟତା ଓ ପ୍ରବାଦପରୁଷ ବିଶିଷ୍ଟ ଜନନାୟକ ବିଜୁପଟନାୟକ ଙ୍କ ବହୁମୁଖିପ୍ରତିଭା ସଂପର୍କରେ କହିଥିଲେ।ଭିଡିଓ କନଫରେନସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଆମ ଗାଁ ଆମ ବିକାଶ ପିଠା କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ସଭାମଚଂରେ ବିରାଟ ଡିଜିଟାଲ ପରଦାରେ ସବ ର୍ସାଧରଣଙ୍କ ପାଇଁ ପ୍ରଦର୍ଶନ କରାଯାଇଥିଲା। ତହସିଲଦାର ତଥା ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ ସଭାପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା, ବ୍ଲକଅଧ୍ୟକ୍ଷ, ତ୍ରିସ୍ତରୀୟ ପଚାଂୟତ ଲୋକ ପ୍ରତିନିଧିମାନେ ଯୋଗଦେଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.