Home ଓଡ଼ିଶା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଜିଲ୍ଲାସ୍ତରୀୟ କର୍ମଶାଳା

କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଜିଲ୍ଲାସ୍ତରୀୟ କର୍ମଶାଳା

381

କୋରାପୁଟ ୦୬-୦୩-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭାଗୃହଠାରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ, ସେମିଲିଗୁଡା, ନନ୍ଦପୁର, ଲମତାପୁଟ, ଦଶମନ୍ତପୁର, କୁନ୍ଦ୍ରା, ବୋରିଗୁମ୍ମା, ବୈପାରୀଗୁଡା ବ୍ଲକ ଅର୍ନ୍ତଭୁକ୍ତ କରାଯାଇଥିବା ଜଣାପଡିଛି। ପ୍ରାୟ ୧୫୦ ଚାଷୀଙ୍କୁ ନେଇ ଉତ୍ପାଦକ ଗ୍ରୁପ ଗଠନ କରାଯାଇ ୪୦ ଏକର ଜମିରେ ଉଦ୍ୟାନ ଫସଲର ବଜାରୀକରଣ କରାଯିବା ସହ ୨୫ ଉତ୍ପାଦକ ଗ୍ରୁପର ୩ ହଜାରରୁ ୫ ହଜାର ଚାଷୀଙ୍କୁ ନେଇ କୃଷି ଉତ୍ପାଦକ କ୍ଲଷ୍ଟର ଗଠନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି।୩ ବର୍ଷ ନିମନ୍ତେ ରାଜ୍ୟର ୧୨ ଟି ଜିଲ୍ଲା ନିମନ୍ତେ ୪୦୧.୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି।ଓଡିଶା ସରକାର, ଓଡିଶା ଜିବନଜିବିକା ମିଶନ, ଭାରତ ଗ୍ରାମୀଣ ଜିବନଜିବିକା ପ୍ରତିଷ୍ଠାନ ଓ ସ୍ୱେଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ପ୍ରକଳ୍ପ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି।ଏଥିରେ କୃଷି, ପ୍ରାଣୀ, ପଂଚାୟତ, ଉଠା ଜଳସେଚନ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡିଛି।ଏହି କର୍ମଶାଳାକୁ ଓଏଲଏମର ଡିପିଏମ ସୁସ୍ମିତା ସାମନ୍ତରାୟ ପରିଚାଳନା କରିଥିବା ବେଳେ ଉଦ୍ୟାନ ଉପ ନିର୍ଦ୍ଦେଶକ ଶଙ୍କର୍ଷଣ ରାଉତ, କୃଷି ଉପନିର୍ଦ୍ଦେଶକ ପି.କେ.ମହାନ୍ତି, ଏଜିଏମ ନାବାର୍ଡ ମୁରଲୀ ମିଶ୍ର, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, ଏପିଡି ବି .ସ୍ୱାତୀ, କୃଷି ବିଶେଷଜ୍ଞ ସଂଜିବ ରାଉତ, କନିଷ୍ଠ ଯନ୍ତ୍ରୀ ସୁବ୍ରତ ଦାସ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏବଂ ହର୍ଷ ଟ୍ରଷ୍ଟ, ସିଓାଇଏସଡି, ଏଫଇଏସ ଓ ପ୍ରଦାନ ସଂସ୍ଥାର କର୍ମକର୍ତାମାନେ ଉପସ୍ଥିତ ଥିଲେ।ଶେଷରେ ସହାୟକ ଉଦ୍ୟାନ ଉପନିର୍ଦ୍ଦେଶକ ପି .କେ.ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.