Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲା : ସ୍ଥାନ ସଂରକ୍ଷଣ ପ୍ରକାଶ ପରେ ୧୧୬ ଅଭିଯୋଗ ଦାଖଲ

ନୟାଗଡ଼ ଜିଲ୍ଲା : ସ୍ଥାନ ସଂରକ୍ଷଣ ପ୍ରକାଶ ପରେ ୧୧୬ ଅଭିଯୋଗ ଦାଖଲ

30

ନୟାଗଡ଼, ୧୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ପ୍ରକାଶ ପାଇବା ପରେ ଅଭିଯୋଗ ଦାଖଲର ସମୟ ସୀମା ଭିତରେ ୧୧୬ଟି ଅଭିଯୋଗ ନୟାଗଡ଼ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରେ ଦାଖଲ ହୋଇଛି। ଗତ ୮ତାରିଖରେ ସ୍ଥାନ ସଂରକ୍ଷଣ ପ୍ରକାଶ ପାଇବା ପରେ ୧୬ ତାରିଖ ଥିଲା ଆପତ୍ତି ଅଭିଯୋଗର ସମୟସୀମା। ଯାହାକି ୯ ଓ ୧୦ ତାରିଖରେ କେହି ଅଭିଯୋଗ ଫର୍ଦ୍ଦ ଦାଖଲ କରିନଥିବାବେଳେ ୧୧ ତାରିଖରେ ୯ଟି ଅଭିଯୋଗ ଆସିଥିବାବେଳେ ୧୨ ତାରିଖରେ ୧୪ଟି, ୧୩ ତାରିଖରେ ୨ଟି, ୧୪ ତାରିଖରେ ୩ଟି, ୧୫ ତାରିଖରେ ୪ଟି ଓ ୧୬ ତାରିଖରେ ୬୩ଟି ଅଭିଯୋଗ ଦାଖଲ ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରେ ଜିଲ୍ଲା ପରିଷଦ ଆସନ ପାଇଁ ୩ଟି ଅଭିଯୋଗ ରହିଥିବାବେଳେ ବ୍ଳକ ଅଧ୍ୟକ୍ଷ ଆସନ ସଂରକ୍ଷଣ ପାଇଁ ୩ଟି, ସମିତି ସଭ୍ୟ ପାଇଁ୨୦ଟି, ସରପଂଚ ପାଇଁ ୩୪ଟି ଓ ୱାର୍ଡ଼ ସଭ୍ୟ ଆସନ ସଂରକ୍ଷଣକୁ ନେଇ ୫୬ଟି ଅଭିଯୋଗ ଆସିଛି। ଆପତ୍ତି ଅଭିଯୋଗକୁ ବିଚାର କରି ଜିଲ୍ଲାପାଳ ଆସନ୍ତା ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଶେଷ ପ୍ରସ୍ତୁତି ଜଣାଇବେ। ନିର୍ବାଚନ କମିଶନ ଆସନ୍ତା ୩୦ ତାରିଖରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିବେ। ତେବେ ସ୍ଥାନ ସଂରକ୍ଷଣ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିବାବେଳେ ଆପତ୍ତ୍‌ି ଅଭିଯୋଗ କରିବା ପାଇଁ ୧୬ ତାରିଖ ଧାର୍ଯ୍ୟ ରଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.