Home ଓଡ଼ିଶା ନୟାଗଡ଼ ଜିଲାରେ ଏବେବି ବ୍ୟାଙ୍କସେବା ଅପହଂଚ

ନୟାଗଡ଼ ଜିଲାରେ ଏବେବି ବ୍ୟାଙ୍କସେବା ଅପହଂଚ

46

ନୟାଗଡ଼, ୨୩୧୦:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଲୋକମାନଙ୍କର ସୁବିଧା ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା ସବୁ କରିଛନ୍ତି। ଲୋକମାନେ ହାତ ପାଆନ୍ତାରେ କେମିତି ସରକାରଙ୍କ୍ ପୁବିଧା ସୁଯୋଗ ପାଇବେ ସେଥିପ୍ରତି ସରକାର ଯତ୍ନବାନ ହୋଇ ସେମାନଙ୍କ ଆର୍ଥୀକ ସହାୟତା ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଉଛନ୍ତି। ତେବେ ଜିଲାର ବହୁତ ପଂଚାୟତରେ ଏବେବି ବ୍ୟାଙ୍କ ନଥିବାରୁ ଦୂର ଦୂରାନ୍ତ ହିତାଧିକାରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଜନଧନ ଯୋଜନା, ଆତ୍ମ ନିଯୁକ୍ତି ଯୋଜନା, ମହିଳା ସ୍ୱୟଂ ସହାୟତ ଗୋଷ୍ଠୀଙ୍କୁ ବିଭିନ୍ନ ପ୍ରକାର ଋଣ ଯୋଗାଣ, କୃଷି ଋଣ, ମନରେଗା ଯୋଜନାରେ କାମ କରିଥିବା ହିତାଧିକାରୀଙ୍କ ମଜୁରି, ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଷ୍ଟାଇପେଣ୍ଡ ସହ ସାଇକେଲ ଆଦି ଅର୍ଥ ବ୍ୟାଙ୍କ ମାଧ୍ୟମରେ ଦିଅ।।ଯାଇଛି। ଏସବୁ ସୁବିଧା ସୁଯୋଗ ପାଇଁ ହିତାଧିକାରୀମାନେ ନିଜ ଗାଁଠାରୁ ଅନେକ ଦୂର ଆସୁଥିବାରୁ ଏକାଠି ବ୍ୟାଙ୍କରେ ଜମା ହୋଇ ବହୁ ଗହଳି ଚହଳିର ସମାଗମ ହେଉଛି। ଯାହାକି ବ୍ୟାଙ୍କ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପରିବେଶ ଠିକ୍ ରହୁନାହିଁ। ଜିଲର ବ୍ୟାଙ୍କର ସ୍ଥିତିକୁ ଦେଖିବାକୁ ଗଲେ ନୟାଗଡ଼ ବ୍ଳକ ଓ ନୟାଗଡ଼ ମ୍ୟୁନିସିପାଲିଟିରେ ସମୁଦାୟ ୬୫ଟି ବ୍ୟାଙ୍କ କାର୍ଯ୍ୟ କରୁଛି। ନୟାଗଡ଼ର ୨୬ ପଂଚାୟତରୁ ୯ଟି ପଂଚାୟତରେ ବ୍ୟାଙ୍କ ଥିଲାବେଳେ ୧୭ଟି ପଂଚାୟତରେ ବ୍ୟାଙ୍କ ନାହିଁ। ସେହିପରି ଦଶପଲା ବ୍ଳକରେ ୧୭ଟି ପଂଚାୟତ ଓ ଗୋଟିଏ ଏନଏସି ରହିଛି। ବ୍ଳକରେ ୧୭ଟି ପଂଚାୟତରୁ ୬ଟି ବ୍ୟାଙ୍କ ରହିଥିବାବେଳେ ୧୧ଟି ପଂଚାୟତରେ ବ୍ୟାଙ୍କ ନାହିଁ। ମାତ୍ର ଦଶପଲା ସହରରେ ୭ଟି ବ୍ୟାଙ୍କ ରହିଛି। ନୂଆଗାଁ ବ୍ଳକରେ ୨୦ଟି ପଂଚାୟତରେ ୮ଟି ବ୍ୟାଙ୍କ କାର୍ଯ୍ୟ କରୁଛି। ସେହିପରି ୫ଟି ପଂଚାୟତରେ ବ୍ୟାଙ୍କ ଥିବାବେଳେ ୧୫ଟି ପଂଚାୟତରେ ବ୍ୟାଙ୍କ ନାହିଁ। ଓଡ଼ଗାଁ ବ୍ଳକରେ ୩୨ଟି ପଂଚାୟତରେ ୧୬ଟି ବ୍ୟାଙ୍କ କାର୍ଯ୍ୟ କରୁଛି। ୧୦ଟି ପଂଚାୟତରେ ବ୍ୟାଙ୍କ ଥିଲାବେଳେ ୨୨ଟି ପଂଚାୟତରେ ବ୍ୟାଙ୍କ ନାହିଁ। ଓଡ଼ଗାଁ ସହରରେ ୪ଟି ବ୍ୟାଙ୍କ କାର୍ଯ୍ୟ କରୁଛି। ଭାପୁର ବ୍ଳକରେ ୧୯ଟି ପଂଚାୟତରୁ ୪ଟି ପଂଚାୟତରେ ବ୍ୟାଙ୍କ୍ ଥିଲାବେଳେ ୧୫ଟି ପଂଚାୟତରେ ବ୍ୟାଙ୍କ ନାହିଁ। ଖଣ୍ଡପଡ଼ା ବ୍ଳକରେ ୨୧ ପଂଚାୟତ ଓ ଗୋଟିଏ ଏନଏସି ରହିଛି। ୭ଟି ପଂଚାୟତରେ ବ୍ୟାଙ୍କ ରହିଥିବାବେଳେ ୧୪ ପଂଚାୟତରେ ବ୍ୟାଙ୍କ ନାହିଁ। ରଣପୁର ବ୍ଳକର ୩୪ ପଂଚାୟତ ଓ ଗୋଟିଏ ଏନଏସି ରହିଛି। ୧୦ଟି ପଂଚାୟତରେ ବ୍ୟାଙ୍କ ରହିଥିବାବେଳେ ୨୪ ପଂଚାୟତରେ ବ୍ୟାଙ୍କ ନାହିଁ। ଗଣିଆ ବ୍ଳକର ୮ଟି ପଂଚାୟତ ରହିଥିବାବେଳେ ୩ଟି ପଂଚାୟତରେ ବ୍ୟାଙ୍କ ନାହିଁ ଓ ୫ଟି ପଂଚାୟତରେ ବ୍ୟାଙ୍କ ନାହିଁ। ଏମିତି ଦେଖିବାକୁ ଗଲେ ବହୁ ପଂଚାୟତରେ ବ୍ୟାଙ୍କ ନଥିବାରୁ ବହୁ ଗ୍ରାମାଚଂଳ ଲୋକ ଅସୁବିଧାର ସମ୍ମୁଖୀନ ହେଉଥବା ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.