Home ଜିଲ୍ଲା ପରିକ୍ରମା ନୟାଗଡ଼ରେ କରୋନା ଆକ୍ରାନ୍ତ ୨୭୪ରୁ ସୁସ୍ଥ ୧୮୩

ନୟାଗଡ଼ରେ କରୋନା ଆକ୍ରାନ୍ତ ୨୭୪ରୁ ସୁସ୍ଥ ୧୮୩

178

ନୟାଗଡ଼, ୧୩ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ସୋମବାର ସୁଦ୍ଧା ମୋଟ ୨୭୪ ଜଣ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ ୧୮୩ଜଣ ସୁସ୍ଥ ହୋଇଛନ୍ତି। ଏଥିମଧ୍ୟରୁ ୧୯ଜଣ ସକ୍ରିୟ ଅବସ୍ଥାରେ ଥିବାବେଳେ ନୟାଗଡ଼ ଜିଲାପ୍ରଶାସନ ସୂଚନା ଅନୁଯାୟୀ ଜଣେ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏଥିରେ କୋଭିଡ୍ ଯୋଦ୍ଧା ୨୪ ଥିବାବେଳେ ୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଓଡ଼ଗାଁ ଏନଏସି ର ୱାର୍ଡ଼ ନଂ ୧ରୁ ୧୫ ଭିତରେ ଥିବା ସମସ୍ତ ୱାର୍ଡ଼କୁ କଂଟେନମେଂଟ ଜୋନରୁ ହଟାଯାଇଛି। କରୋନା କଟକଣାକୁ ନେଇ ଯେଉଁ କଂଟେନମେଂଟ ଜୋନ ଭାବେ ଏହିସବୁ ୱାର୍ଡ଼କୁ ଘୋଷଣା କରାଯାଇଥିଲା ଜିଲାପାଳ ତାହାକୁ ଆଜି ପ୍ରତ୍ୟାହାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.