Home ଓଡ଼ିଶା କରୋନା ଭୟରେ ବସ୍‌ରେ ଯାଉନାହାନ୍ତି ଯାତ୍ରୀ

କରୋନା ଭୟରେ ବସ୍‌ରେ ଯାଉନାହାନ୍ତି ଯାତ୍ରୀ

187

ନୟାଗଡ଼, ୧୩ା୭ : (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଦିନକୁ ଦିନ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ଲୋକମାନେ କରୋନା ଭୟରେ ଆତଙ୍କିତ ଅବସ୍ଥାରେ ଥିଲେ ମଧ୍ୟ ପରିବାର ଚଳାଇବାକୁ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ କାର୍ଯ୍ୟ ଅନ୍ୱେଷଣରେ ଲାଗିଛନ୍ତି। ଯେତେ ଭୟ ଅବସ୍ଥା ଥିଲେ ମଧ୍ୟ ବ୍ୟବସାୟୀମାନେ ବାହାରକୁ ବାହାରିବାକୁ ବାଧ୍ୟ ହୋଇଛନ୍ତି। ବସ ମାଲିକମାନେ କରୋନା ପ୍ରଭାବରେ ବେଶୀ କ୍ଷତିଗ୍ରସ୍ତ ହେଉଥିବା ଲକ୍ଷ୍ୟ କରାଯାଉଛି। ମାସ ମାସ ଧରି ବସମାଲିକ ଓ କର୍ମଚାରୀମାନେ କ୍ଷତିଗ୍ରସ୍ତ ହୋଇ ବସ ଦୁଆର ମୁହଁରେ ରଖି ହାତବାନ୍ଧି ବସିଥିଲେ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ଦେଖି ବସ୍ କୁ ଚଳାଇବା ପାଇଁ ମନ ବଳାଇଛନ୍ତି। ବସ୍‌ରେ ଯାତ୍ରୀ ଆଶାତୀତ ଭାବେ ନହେଲେ ମଧ୍ୟ କମ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବହୁ କ୍ଷତି ସହି ବସମାଲିକ ରୁଟ୍ ରେ ଚଳାଇବାପାଇଁ ପ୍ରୟାସ କରିଛି। ହେଲେ ଗୋଷ୍ଠୀ ସଂକ୍ରମଣକୁ ଡରି ଯାତ୍ରୀମାନେ ବସରେ ଯିବାକୁ ଅମଙ୍ଗ ହେଉଛନ୍ତି। ସେତିକି ନିହାତି ଦରକାର ପଡ଼ିଲେ ଯାତ୍ରୀ ବସରେ ଯାଉଛନ୍ତି। ନଚେତ କରୋନା ଭୟ ଯୋଗୁଁ ବସ୍ ରେ ଯିବାକୁ ନିରାପଦ ମଣୁନାହାନ୍ତି। ବସରେ ଯେତିକି ଯାତ୍ରୀ ଯିବା କଥା ତା’ଠାରୁ କମ୍ ସଂଖ୍ୟକ ଯାତ୍ରୀ ହେଉଥିବାରୁ ବସମାଲିକମାନେ ତେଲ ଖର୍ଚ୍ଚ ଉଠାଇନପାରି ଆର୍ଥୀକ କ୍ଷତି ଦେଇ ଗତି କରୁଛି। ଯେଉଁପରି ଭୟଙ୍କର ପରିସ୍ଥିତି ହୋଇଛି ସେଥିରୁ ବସମାଲିକମାନେ କେମିତି ମୁକୁଳିବେ କୌଣସି ପ୍ରକାର ପନ୍ଥା ବାହାର କରି ପାରୁନାହାନ୍ତି। ଯାତ୍ରୀମାନେ ବସ୍‌ରେ ଯିବା ଅପେକ୍ଷା କଷ୍ଟରେ ହେଉପଛେ ନିଜ ନିଜ ଯାନ ବାହାନରେ ଯିବାକୁ ଶ୍ରେୟ ମଣୁଛନ୍ତି। ଯେତିକି ବସ୍‌ରେ ରୁଟ୍‌ରେ ଯିବାକଥା ସେତିକି ବସ୍ ଆଉ ଯାଉନଥିବାବେଳେ ଯେତିକି ବି ବସ୍ ଯାଉଛି ସେତିକିରେ ମଧ୍ୟ ଯାତ୍ରୀ ହେଉନଥିବା ଦେଖିବାକୁ ମିଳୁଛି। ମୋଟାମୋଟିଭାବେ କରୋନା ଭୟ ଯୋଗୁଁ ବସ୍‌ରେ ଯିବାକୁ ଯାତ୍ରୀମାନେ ଅମଙ୍ଗ ହେଉଥିବା କେତେକ ଯାତ୍ରୀଙ୍କୁ ପଚାରିବାରେ ମତବ୍ୟକ୍ତ କରିଛନ୍ତି। ଏପରି ଘଡ଼ିସନ୍ଧି ମୁହୁର୍ତ୍ତରେ ଆର୍ଥୀକ ସ୍ଥିତି ଦେଇ ଗତି କରୁଥିବା ବସମାଲିକଙ୍କୁ ସରକାର ଟିକେ ସହାନୁଭୁତି ଦେଖାନ୍ତୁ ବୋଲି ବସମାଲିକମାନେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.