Home ଓଡ଼ିଶା ନୟାଗଡ ଜିଲ୍ଲା ରଣପୁର ବ୍ଲକ୍‌ରେ ୭ଗୋଟି ସ୍ଥାୟୀ ସବ୍‌କମିଟି ଗଠନ

ନୟାଗଡ ଜିଲ୍ଲା ରଣପୁର ବ୍ଲକ୍‌ରେ ୭ଗୋଟି ସ୍ଥାୟୀ ସବ୍‌କମିଟି ଗଠନ

150

ନୟାଗଡ/୨୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପଂଚାୟତିରାଜ ବିଭାଗର ନିର୍ଦ୍ଧେଶ ଅନୁସାରେ ସାରା ରାଜ୍ୟରେ ପ୍ରତି ବ୍ଲକ୍ ଗୁଡିକରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସବ୍ କମିଟି ଗଠନର ନିୟମ ରହିଅଛି। କିନ୍ତୁ ନୟାଗଡ ଜିଲ୍ଲା ରଣପୁରରେ ପଂଚାୟତ ନିର୍ବାଚନର ୨ବର୍ଷ ବିତି ଯାଇଥିଲେ ମଧ୍ୟ ସବ୍ କମିଟି ଗଠନ ହୋଇ ପାରିନଥିଲା। ଯାହା ଫଳରେ ବିଭିନ୍ନ ଯୋଜନା ମନଇଛା କାର୍ଯ୍ୟକାରୀ ହେଉଥିଲା। ଯାହା ଫଳରେ ପଂଚାୟତିରାଜ ସଭ୍ୟ, ସଭ୍ୟା ମାନଙ୍କ ମଧ୍ୟରେ ଅସନ୍ତୋଷ ହେଉଥିଲା। କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ରଣପୁର ପଂଚାୟତ ସମିତି ବୈଠକରେ ରଣପୁର ବିଡିଓ ରଶ୍ମିରେଖା ଦାସ ୭ ଗୋଟି ସବ୍ କମିଟି ଗଠନ କରିଥିବା ପ୍ରକାଶ କରିଥିବା ଜଣା ପଡିଛି। ଏହି ସବ୍‌କମିଟି ଗୁଡିକ ହେଲା ୧-ଯୋଜନା, ଅର୍ଥ, ଦାରିଦ୍ର‌୍ୟ ଦୁରୀକରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସବ୍‌କମିଟି, ୨-କୃଷି, ପଶୁପାଳନ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, ଜଳଛାୟା ଏବଂ ମତ୍ସ୍ୟ ଚାଷ ସବ୍‌କମିଟି.୩-ନିର୍ମାଣ କାର୍ଯ୍ୟ ଜଳ ସେଚନ, ବିଦ୍ୟୁ, ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ପରିମଳ ସବ୍‌କମିଟି, ୪-ମହିଳା ସଭ୍ୟାମାନଙ୍କୁ ନେଇ ସ୍ୱାସ୍ଥ୍ୟ,  ମହିଳା ଓ ଶିଶୁ ବିକାଶ ସମେତ ସାମାଜିକ କଲ୍ୟାଣ ସବ୍ କମିଟି.୫- ସାଧାରଣ ବଣ୍ଟନ ବ୍ୟବସ୍ଥା, ଦୁର୍ବଳ ଶ୍ରେଣୀର କଲ୍ୟାଣ, ଜଙ୍ଗଲ ଜାଳେଣୀ ଓ ଗୋଖାଦ୍ୟ ସବ୍ କମିଟି, ୬- ହସ୍ତ କର୍ମ,  କୁଟୀର ଶିଳ୍ପ, ଖଦୀ ଓ ଗ୍ରାମ ଉଦ୍ୟୋଗ ଏବଂ ଗ୍ରାମ୍ୟ ଗୃହ ନିର୍ମାଣ ସବ୍ କମିଟି, ୭-ଶିକ୍ଷା, କ୍ରୀଡା ଓ ସଂସ୍କୃତି ସବ୍ କମିଟି କରିଥିଲେ। ସମିତି ଅଂଚଳର ସମସ୍ତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ଏହି ସମିତି ବୈଠକରେ ବିଧାୟକ ଓ ସାଂସଦ ଉପସ୍ଥିତ ନଥିଲେ। ବ୍ଲକ୍ ଅଧ୍ୟକ୍ଷା ନିରୁପମା ପ୍ରଧାନ, ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳ ବେହେରା, ଚାନ୍ଦପୁର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଲୁନାଡେକା ଛୋଟରାୟ, ରାଜ-ସୁନାଖଳା ଜିଲ୍ଲାପରିଷଦ ସଭ୍ୟା ଭୁବନେଶ୍ୱରୀ ସାହୁ ଉପସ୍ଥିତ ଥିଲେ। ସମସ୍ତ ୩୭ ଗୋଟି ଗ୍ରାମ ପଂଚାୟତର ପଂଚାୟତିରାଜ ସରପଂଚ ସମିତି ସଭ୍ୟ ଉପସ୍ଥିତ ଥିଲେ। ବ୍ଲକ୍ ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଶେଷରେ ରୁରାଲ ହାଉସିଂ ଯୋଗାଣରେ ଅନିୟମିତତା ନେଇ କିଛି ସମୟ ହଟଗୋଳ ଦେଖା ଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.