Home ଜିଲ୍ଲା ପରିକ୍ରମା ନୂଆ ୬ ଆକ୍ରାନ୍ତ ଚିହ୍ନଟ ପରେ ସଂଖ୍ୟା ୪୬କୁ ବୃଦ୍ଧି : ୧୩ କ୍ୱାରେଣ୍ଟାଇନ ସେଣ୍ଟର...

ନୂଆ ୬ ଆକ୍ରାନ୍ତ ଚିହ୍ନଟ ପରେ ସଂଖ୍ୟା ୪୬କୁ ବୃଦ୍ଧି : ୧୩ କ୍ୱାରେଣ୍ଟାଇନ ସେଣ୍ଟର ହେଲା କଣ୍ଟେନମେଣ୍ଟ ଜୋନ

232

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ଆଉ ୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଛି । ଗତକାଲି ଏବଂ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀ ଥିଲେ । ସଂକ୍ରମଣକୁ ଆଖି ଆଗରେ ରଖି ସଂପୃକ୍ତ କ୍ୱାରେଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଗ୍ରାମ, ସଂପୃକ୍ତ ଗ୍ରାମ କିମ୍ବା ସଂପୃକ୍ତ ପଞ୍ଚାୟତକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ଗତକାଲି ୯ଜଣ ଆକ୍ରାନ୍ତଙ୍କ ନିମନ୍ତେ ଘୋଷିତ କଣ୍ଟେନମେଣ୍ଟ ଜୋନ ଅନୁଯାୟୀ ବାସୁଦେବପୁର ବ୍ଲକର ବିରସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଣ୍ଟେନମେଣ୍ଟ ଜୋନ ଏବଂ ବିରସ ଗ୍ରାମ ବଫରଜୋନ, ମଲ୍ଲିକାଦେଇପୁର ଗ୍ରାମର କରଞ୍ଜଆଡିଆ ହାଇ ସ୍କୁଲ କଣ୍ଟେନମେଣ୍ଟ ଏବଂ ମଲ୍ଲିକାଦେଇପୁର ଗ୍ରାମ ବଫର ଜୋନ, ବିଦେଇପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଣ୍ଟେନମେଣ୍ଟଜୋନ ଓ ବିଦେଇପୁର ଗ୍ରାମ ବଫରଜୋନ, ରାଜଘରପୋଖରୀ ଗ୍ରାମର କେ.ସି. ନୋଡାଲ ୟୁ.ପି. ସ୍କୁଲ ଓ ରାଜଘରପୋଖରୀ ଏମ.ଇ. ସ୍କୁଲ କଣ୍ଟେନମେଣ୍ଟ ଜୋନ ଏବଂ ରାଜଘରପୋଖରୀ ଗ୍ରାମ ବଫର ଜୋନ । ସେହିପରି ବନ୍ତ ବ୍ଲକର ଗୋବିନ୍ଦପୁର ଗ୍ରାମର ଜିପିଏସ୍ ଉଚ୍ଚ ବିଦ୍ୟାପୀଠ କଣ୍ଟେନମେଣ୍ଟ ଜୋନ ଓ ଏରେଣ୍ଡେଇ ଗ୍ରାମ ବଫରଜୋନ । ଭଣ୍ଡାରିପୋଖରୀ ବ୍ଲକର ମଣିନାଥପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ କଣ୍ଟେନମେଣ୍ଟ ଜୋନ ଏବଂ ଷୋଳମପୁର ପଞ୍ଚାୟତ ବଫରଜୋନ । ଭଦ୍ରକ ବ୍ଲକର ଗେଲଟୁଆ ଗ୍ରାମର ଜଳଙ୍ଗା ହାଇସ୍କୁଲ କଣ୍ଟେନମେଣ୍ଟ ଜୋନ ଓ ଗେଲଟୁଆ ଗ୍ରାମକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ଆଜି ଚିହ୍ନଟ ୬ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ଏମାନଙ୍କ ପାଇଁ ଧାମନଗର ବ୍ଲକର ନଦୀଗାଁ ହାଇସ୍କୁଲକୁ କଣ୍ଟେନମେଣ୍ଟ ଜୋନ ଓ ନଦୀଗାଁ ପଞ୍ଚାୟତ ବଫରଜୋନ, ଜୟଦୁର୍ଗା ହାଇସ୍କୁଲ କଣ୍ଟେନମେଣ୍ଟ ଜୋନ ଓ ରଇପୁର ପଞ୍ଚାୟତ ବଫର ଜୋନ, ମୁରଲୀଧର ହାଇସ୍କୁଲ କଣ୍ଟେନମେଣ୍ଟଜୋନ ଓ ଧୁଷୁରୀ ପଞ୍ଚାୟତ ବଫର ଜୋନ, ବାସୁଦେବପୁର ବ୍ଲକର ବଚ୍ଛଦା ୟୁ.ପି. ସ୍କୁଲ କଣ୍ଟେନମେଣ୍ଟ ଜୋନ ଓ ଜଗନ୍ନାଥପୁର ପଞ୍ଚାୟତ ବଫରଜୋନ, ତିହିଡ଼ି ବ୍ଲକର ଏଲ.ଏନ୍‌. ନୋଡାଲ ହାଇସ୍କୁଲ କଣ୍ଟେନମେଣ୍ଟ ଜୋନ ଘୋଷିତ ହୋଇଥିବା ବେଳେ ସାହାପୁର ପଞ୍ଚାୟତକୁ ବଫରଜୋନ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.