Home Coronavirus Outbreak ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍ ହେବେ – ଗଣଶିକ୍ଷା ବିଭାଗ

ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍ ହେବେ – ଗଣଶିକ୍ଷା ବିଭାଗ

196

ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) : ରାଜ୍ୟରେ ତଥା ଦେଶରେ କରୋନା ବାଇରସ୍ କାରଣରୁ ଚାଲିଛି ଲକ୍‌ଡାଉନ୍। ଶିକ୍ଷାକେନ୍ଦ୍ରଗୁଡ଼ିକ ଲକ୍‌ଡାଉନ୍ କରାଣରୁ ଖୋଲାଯାଇପାରୁନାହିଁ। ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ପିଲାଙ୍କୁ ଉପର ଶ୍ରେଣୀକୁ ଉର୍ଣ୍ଣିତ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ କରୋନା କଟକଣା ପାଇଁ କାହାକୁ ଫେଲ୍ କରାଯିବନାହିଁ।

ଅପରପକ୍ଷରେ ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାକୁଥିବା ଛାତ୍ରଛାତ୍ରୀମାନଙ୍ ପାଇଁ ଦଶମ ଶ୍ରେଣୀକୁ ସର୍ତ୍ତମୂଳକ ପାସ୍ କରିବାକୁ ନିଷ୍ପତ୍ତି ନେଇଛି ବିଭାଗ। ସର୍ତ୍ତ ହେଉଛି ଷାଣ୍ମାସିକ ପରୀକ୍ଷାରେ ଥିବା ନମ୍ବର ଅଧାରରେ ନବମରୁ ଦଶମକୁ ପାସ୍ ହୋଇପାରିବେ ଛାତ୍ରଛାତ୍ରୀ। ଆଉ ଯେଉଁ ପରୀକ୍ଷା ହୋଇପାରିନି ତାହାର ଷାଣ୍ମାଷିକ ନମ୍ବରକୁ ନେଇ ପାସ୍ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

କୌଣସି ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ କିମ୍ବା ଅନ୍ୟ କୌଣସି ଜରୁରୀ କାରଣ ପାଇଁ ଷାଣ୍ମାସିକ ପରୀକ୍ଷା ଦେଇନଥିଲେ, ସମସ୍ତ ୟୁନିଟ ଟେଷ୍ଟର ହାରାହାରି ମାର୍କକୁ ହିସାବକୁ ନିଆଯିବ। ତେବେ ସର୍ବନିମ୍ନ ଉପସ୍ଥାନ ହାର ସଂପର୍କିତ ନିୟମ ବଳବତ୍ତର ରହିବ।

ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ଥିବା ସମସ୍ତ ଓଡ଼ିଆ ମିଡିୟମ୍ ସ୍କୁଲ, ମାଦ୍ରାସା ଓ ସଂସ୍କୃତ ଟୋଲ୍ ପାଇଁ ଏହି ନିୟମ ଲାଗୁ ହେବ। ସେପଟେ ଯୁକ୍ତ ୨ ପ୍ରଥମ ବର୍ଷରୁ ଦ୍ୱିତୀୟ ବର୍ଷକୁ ମଧ୍ୟ ସର୍ତ୍ତମୂଳକ ପ୍ରମୋସନ ଦିଆଯାଇଛି।

ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ଷାଣ୍ମାସିକ ପରୀକ୍ଷା କିମ୍ବା ୟୁନିଟ୍ ଟେଷ୍ଟ ଆଧାରରେ  ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇପାରିବେ। ଯଦି ଜରୁରୀ କାରଣରୁ କେହି ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବେ, ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ ରିଟେଷ୍ଟ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.