Home ଜିଲ୍ଲା ପରିକ୍ରମା ନୂଆ ରୂପ ପାଇବ ଗାନ୍ଧି ପଡିଆ

ନୂଆ ରୂପ ପାଇବ ଗାନ୍ଧି ପଡିଆ

131

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହାସିକ ଗାନ୍ଧିପଡିଆ । ମହାତ୍ମାଙ୍କ ସ୍ମୃତି ଭବନ କରୁଥିବା ଏହି ପଡିଆ ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଗତମାସ ବିଭିନ୍ନ ଗଣମାଧ୍ୟମରେ ଗାନ୍ଧି ପଡିଆର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ଖବର ପ୍ରକାଶ ପାଇଥିଲା । ସାଂସଦ ମଂଜୁଲତା ମଣ୍ଡଳ ଓ ବିଧାୟକ ଖୁବଶୀଘ୍ର ପଡିଆର ପୁନରୁଦ୍ଧାର ସହିତ ସେଠାରେ ଏକ ପାଠାଗାର, ମ୍ୟୁଜିୟମ୍ ଓ ଏକ ପାର୍କ ପ୍ରତିଷ୍ଠା ପାଇଁ ମତ ରଖିଥିଲେ । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରଦତ୍ତ ଅର୍ଥରେ ଗାନ୍ଧି ପଡିଆ ଏକ ନୂଆ ରୂପ ନେବ ବୋଲି ବିଧାୟକ ସ୍ପଷ୍ଟ କରିଥିଲେ । ବିଧାୟକ ଶ୍ରୀ ମଲ୍ଲିକ ଭୁବନେଶ୍ୱରର ଏକ ଆର୍କିଟେକ୍ଟ ସଂସ୍ଥାର ଇଂଜିନିୟରଙ୍କ ସହ ପହଞ୍ôଚ ପଡିଆର ସୌନ୍ଦର୍ଯ୍ୟକରଣ ଉପରେ ଆଲୋଚନା କରିଛନ୍ତି । ଆସନ୍ତା ୨ ତାରିଖ ଗାନ୍ଧି ଜୟନ୍ତୀ ସୁଦ୍ଧା ପ୍ରଥମେ ଗାନ୍ଧିଙ୍କୁ ଏକ ସୁଦୃଶ୍ୟ ପ୍ରତିମୂର୍ତ୍ତି ସ୍ଥାପନ ସହିତ ପାରିପାଶ୍ୱର୍ିକ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଆପାତତ ସ୍ଥିର ହୋଇଛି । ସୂଚନାଯୋଗ୍ୟ ୧୯୨୧ ମସିହା ମାର୍ଚ୍ଚ ମାସ ୨୧ ତାରିଖ ଏହି ପଡିଆରେ ମହାତ୍ମା ଗାନ୍ଧି ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ସେହିଦିନ ଠାରୁ ଉକ୍ତ ପଡିଆ ଗାନ୍ଧିଙ୍କ ନାମରେ ନାମିତ ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି । ମହାତ୍ମାଙ୍କ ପ୍ରତିିମୂର୍ତ୍ତି ଉପରେ ଥିବା ଛାତରୁ କଂକ୍ରିଟ୍ ଖସିଗଲାଣି । ଲୁହାର ରେଲିଂ ମଧ୍ୟ ନଷ୍ଟ ହୋଇଗଲାଣି । ଏହି ପଡିଆର ବହୁ ଅଂଶ ଏବେ ଜବରଦଖଲକାରୀଙ୍କ କବଜାରେ ରହିଥିବାବେଳେ ବର୍ଷାଦିନେ ଏହି ପଡିଆରେ ପାଣି ଜମାଟ ବାନ୍ଧେ । ସଂଜ ନଇଁଲେ ଏହି ପଡିଆର କିଛି ଅଂଶ ଅସାମାଜିକ ତତ୍ତ୍ୱଙ୍କ ଚରାଭୂଇଁରେ ପରିଣତ ପାଲଟୁଛି । ଉକ୍ତ ପଡିଆକୁ କେତେକ ବ୍ୟକ୍ତି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାବେଳେ ଏହା ଏକ ଅଘୋଷିତ ଗାଡି ପାର୍କିଂ ସ୍ଥଳରେ ପରିଣତ ହୋଇସାରିଛି । ଆଜି ଉକ୍ତ ଐତିହାସିକ ପଡିଆର ପୁନରୁଦ୍ଧାର ପାଇଁ ବିଧାୟକଙ୍କ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.