Home ଜିଲ୍ଲା ପରିକ୍ରମା ନୂଆପୋଖରୀ ମହିଳା ହତ୍ୟାମାମଲା; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ନୂଆପୋଖରୀ ମହିଳା ହତ୍ୟାମାମଲା; ୨ ଅଭିଯୁକ୍ତ କୋର୍ଟ ଚାଲାଣ

23

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଗତ ସୋମବାର ରାତ୍ରରେ ମହିଳାକୁ ଗଳାକାଟି ହତ୍ୟା ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ରହଣିଆ ପଞ୍ଚାୟତ ନୂଆପୋଖରୀ ଗ୍ରାମରେ ଗତ ସୋମବାର ରାତ୍ରରେ ରାଧାରାଣୀ ମହାନ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ଘଟଣାର ଦୁଇ ଅଭିଯୁକ୍ତ ସ୍ୱାମୀ ନାରାୟଣ ଓ ଶାଶୁ ମାତାଜୀକୁ ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି । ଆଜି ଉଭୟ ଅଭିଯୁକ୍ତଙ୍କୁ ମେଡିକାଲ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ମଙ୍ଗଳବାର ଦିନ ଶାଶୁ ମାତାଜୀକୁ ପୁଲିସ ଅଟକ ରଖିଥିବା ବେଳେ ନାରାୟଣକୁ ମଙ୍ଗଳବାର ରାତ୍ରରେ ପୁଲିସ ଧରିଥିଲା । ଭଦ୍ରକ ବସଷ୍ଟାଣ୍ଡରୁ ନାରାୟଣକୁ ଧରାଯାଇଥିଲା ବୋଲି ପୁଲିସ ଦର୍ଶାଇଛି । ମୋବାଇଲ ଫୋନ ଲୋକେସନରୁ ନାରାୟଣ ଘଟଣାବେଳେ ସଂପୃକ୍ତ ସ୍ଥାନରେ ଉପସ୍ଥିତ ଥିଲା ବୋଲି ପୁଲିସ ସୂଚନା ଦେଇଛି । ହତ୍ୟା ଘଟଣାରେ ନାରାୟଣ ଓ ଯୌତୁକ ନିର୍ଯ୍ୟାତନା ଘଟଣାରେ ଶାଶୁ ମାତାଜୀ ସଂପୃକ୍ତ ଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି । ସ୍ୱାମୀ, ସ୍ତ୍ରୀ ମଧ୍ୟରେ କଳି ହତ୍ୟାର କାରଣ ବୋଲି ପୁଲିସ ଦର୍ଶାଇଛି । ତେବେ ହତ୍ୟାରେ ବ୍ୟବହୃତ ଅସ୍ତ୍ର, ପ୍ରରକୀୟା ପ୍ରୀତିର ସ୍ପଷ୍ଟ ଚିତ୍ର ଓ ହତ୍ୟାକାଣ୍ଡରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ଆଦି ତଥ୍ୟ ସମ୍ପର୍କରେ ତଦନ୍ତ ବାଧାପ୍ରାପ୍ତ ଆଳରେ ପୁଲିସ ଗୋପନ ରଖିଛି । ଏହା ପରବର୍ତ୍ତି ସମୟରେ ଜଣାଇଦିଆଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ମଙ୍ଗଳବାର ସକାଳେ ନୂଆପୋଖରୀ ଗ୍ରାମ ରାସ୍ତାରେ ରାଧାରାଣୀର ମୃତ ଦେହ ରାସ୍ତାପାଶ୍ୱର୍ ସାରୁବୁଦା ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା । ରାଧାରାଣୀର ଘର ଠାରୁ ପ୍ରାୟ ଶତୁରି ମିଟର ଦୂରରେ ଗଳାକଟାଯାଇ ହତ୍ୟା କରାଯାଇଥିବା ମୃତ ଦେହ ମିଳିଥିଲା । ହତ୍ୟା ସ୍ଥାନ ଠାରୁ ମୃତଦେହ ପଡିଥିବା ସ୍ଥାନ ମଧ୍ୟରେ ପ୍ରାୟ ଦୁଇ ମିଟର ବ୍ୟବଧାନ ଥିଲା । ଘଟଣାସ୍ଥଳରେ ଟର୍ଚ୍ଚ ଓ ଜୋତା ପଡିଥିଲା । ଏଥିନେଇ ମୃତ ମହିଳାର ଭାଇ ରାଣୀଗଡିଆର ବିରଞ୍ôଚ ସାହୁ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ୨୫/୨୧ନଂ ମାମଲା ଋଜୁ ହୋଇଥିଲା । ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଅଲୋଡନ ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.