Home ଓଡ଼ିଶା ନୂଆପଡା – ଜଙ୍ଗଲୀ ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡା – ଜଙ୍ଗଲୀ ଭାଲୁ ଆକ୍ରମଣରେ ଜଣେ ଗୁରୁତର

259

ନୂଆପଡା -୩/୬-(ଓଡ଼ିଆପୁଅ /ନନ୍ଦିଘୋଷ ଖମାରି )-ନୂଆପଡା ଜିଲ୍ଲା ବୋଡେନ ବ୍ଳକ୍ ଅନ୍ତର୍ଗତ ଭଇସାଦାନୀ ଗ୍ରାମର ଟଙ୍କଧର ପହରିଆ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।

ମିଲିଥିବା ସୂଚନା ମୁତାବକ ଟଙ୍କଧର ନିଜ ଚାଷ ଜମି କୁ ଲାଗି ରହି ଥିବା ଜଙ୍ଗଲ କୁ ଆଜି କାଠ ସଂଗ୍ରହ କରିବା ପାଇଁ ଦିନ ବାର ଟା ବେଳେ ଯାଇଥିଲେ। ଜଙ୍ଗଲ ରେ କାଠ ସଂଗ୍ରହ କରୁଥିବା ବେଳେ ଏକ ଜଙ୍ଗଲୀ ଭାଳୁ ଅତର୍କିତ ଭାବରେ ପଛପଟୁ ଆକ୍ରମଣ କରିଥିଲା। ଆକ୍ରମଣରେ ଟଙ୍କଧର ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଅନ୍ୟ ସାଙ୍ଗମାନେ ଖବରପାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.