Home ଓଡ଼ିଶା କେବଳ ନାମ ପ୍ରଚାର: ସ୍ମାର୍ଟସିଟିରେ ଜଳବିହୀନ ଜଳଛତ୍ର!

କେବଳ ନାମ ପ୍ରଚାର: ସ୍ମାର୍ଟସିଟିରେ ଜଳବିହୀନ ଜଳଛତ୍ର!

575

ରାଉରକେଲା ୪-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସ୍ମାର୍ଟ ସିଟି ରାଉରକେଲାରେ ଥିବା ୧୦୦ରୁ ଉର୍ଦ୍ଧ ଜଳଛତ୍ର ସହରର ବିଭିନ୍ନ ପ୍ରମୁଖ ଛକ ଯେପରି ବିଶ୍ରା ଛକ, ଟ୍ରାଫିକ ଛକ, ପ୍ଲାଟଂ ସାଇଟ, ଉଦିତନଗର ଛକ ସମେତ ଅନ୍ୟ ଜାଗାରେ ଖୋଲାଯାଇଛି। କିଛି ସାମାଜିକ ଅନୁଷ୍ଠାନ କେବଳ ନିଜର ନାମ ଓ ଯଶ ପ୍ରଚାର ଲାଗି ଜଳଛତ୍ର ଖୋଲିଲେ ହେବ ନାହିଁ, ବରଂ ଏହାର ଉପଯୁକ୍ତ ରକ୍ଷଣବେକ୍ଷଣ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ସହରରେ ଖୋଲଯାଇଛି ଜଳଛତ୍ର। ମାଠିଆରେ ପାନୀୟଜଳ ଗଚ୍ଛିତ ରଖାଯାଇଥିବା ଦେଖିବାକୁ ମିଳୁଛି। କିଛି ଜଳଛତ୍ରରେ ଲୋକଙ୍କୁ ଜଳ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିବେଣେ କରାଯାଉଥିବା ବେଳେ, ଅନ୍ୟ କିଛି ଜଳଛତ୍ରରେ ପଥଚାରୀ ମାନେ ସ୍ୱୟଂ ଜଳ ସଂଗ୍ରହ କରୁଥିବା ଜଣାପଡ଼ିଛି। ଏବେ ପ୍ରଶ୍ନ ଉଠୁଛି ଜଳଛତ୍ରର ଜଳ କେତେ ସୁଦ୍ଧ। ଅଦ୍ୟାବଧି ସହରରେ ୧୦୦ରୁ ଉର୍ଦ୍ଧ ଜଳଛତ୍ର ଖୋଲିଥିବା ବେଳେ, କିଛି ଜଳଛତ୍ର ଖୋଲାମେଲା ଭାବେ ପଡ଼ି ରହିଥିବା ଦେଖିବାକୁ ମିଳୁଛି। କେଉଁଠି ମାଠିଆରେ ପାଣି ନାହିଁତ, ପୁଣି କେଉଁଠି ମାଠିଆରେ ପାଣିନାହିଁ, ପାଣି ଥିଲେ ଗ୍ଲାସର ସନ୍ଧାନ ମିଳୁନାହିଁ। ଜଣେ ଗରିବ ବ୍ୟକ୍ତି ପାଇଁ ସହାୟ ହେଉଛି ରାସ୍ତାକଡ଼ ଅବା ଛକରେ ଥିବା ଜଳଛତ୍ର। ଜଳଛତ୍ରରେ ଜଳ ନପାଇ ତୃର୍ଷ୍ଣାତ ପଥଚାରୀ ଜଣଙ୍କୁ ନିରାଶ ହେବାକୁ ପଡୁଛି। ଏପରିକି କିଛି ଜଳଛତ୍ରରେ ସପ୍ତାହ ସପ୍ତାହ ଧରି ପାନୀୟ ଜଳ ବଦଳ କରାଯାଉ ନଥିବା ଅଭିଯୋଗ ଉଠିଛି। ଜଳଛତ୍ରରେ ଥିବା ମାଠିଆର ଢାଙ୍କୁଣି ଖୋଲା ପଡ଼ିବା କାରଣରୁ ସମୟ ସମୟରେ ବୁଲା କୁକୁର ମଧ୍ୟ ମାଠିଆରୁ ପାଣି ପିଇବା ସନ୍ଦେହକୁ ଏଡାଇ ଦିଆଯାଇ ନପାରେ!। ଏପରିସ୍ଥଳେ ଏହି ଜଳଛତ୍ରର ମାଠିଆରେ ଥିବା ପାଣି କେତେ ଯେ, ଶୁଦ୍ଧ ତାହା ସହଜେ ଅନୁମାନ କରାଯାଇପାରେ। ଉପଯୁକ୍ତ ରକ୍ଷଣବେକ୍ଷଣ ଅଭାବରୁ ଜଳଛତ୍ର ଗୁଡ଼ିକ ସତେଯେପରି ଅନାଥ ହୋଇ ପଡ଼ି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.