Home ଜିଲ୍ଲା ପରିକ୍ରମା ନୀଳ ବିପ୍ଳବ ଯୋଜନାରେ ମତ୍ସ୍ୟ ପରିବହନ ଭିତ୍ତି ସଂରଚନାର ସହାୟତା କଲେ ମତ୍ସ୍ୟ ମନ୍ତ୍ରୀ କେନ୍ଦ୍ରାଚଂଳ...

ନୀଳ ବିପ୍ଳବ ଯୋଜନାରେ ମତ୍ସ୍ୟ ପରିବହନ ଭିତ୍ତି ସଂରଚନାର ସହାୟତା କଲେ ମତ୍ସ୍ୟ ମନ୍ତ୍ରୀ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତଙ୍କ ଅନ୍ତେବାସୀଙ୍କୁ ସାକ୍ଷାତ

119

ନୟାଗଡ଼, ୩୦ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୀଳ ବିପ୍ଳବ ଯୋଜନା ମାଧ୍ୟମରେ ମତ୍ସ୍ୟ ପରିବହନ ଭିତ୍ତି ସଂରଚନା ସହାୟତାର ଶୁଭାରମ୍ଭ ହୋଇଛି। ମତ୍ସ୍ୟ, ପଶୁସଂପଦ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏହାକୁ ଉଦ୍ଘାଟନ କରି ୨୪ଜଣ ହିତାଧିକାରୀଙ୍କୁ ମୋପେଡ଼୍ ଗାଡ଼ି ସହିତ ହେଲମେଟ୍ ଏବଂ ବରଫ ବାକ୍ସ ପ୍ରଦାନ କରିଥିଲେ। ମତ୍ସ୍ୟଜିବୀଙ୍କର ଜୀବିକା ଓ ଜୀବନ ନିର୍ବାହ ସହ ଖାଉଟିମାନଙ୍କୁ ସତେଜ ମାଛ ଯୋଗାଇ ଦେବା ସହ ଜୀବନ ଶୈଳୀରେ ପରିବର୍ତ୍ତନର ଏହା ଏକ ନୂଆ ଯୋଜନା ବୋଲି ମନ୍ତ୍ରୀ କହିଥିଲେ। ମୋପେଡ଼ ଗାଡ଼ିର ମୂଲ୍ୟ ୪୦ହଜାର ୬୬୫ ଟଙ୍କା ଥିଲାବେଳେ ମାଛକୁ ସତେଜ ରଖିବା ପାଇଁ ୪ହଜାର ୬ଶହ ଟଙ୍କାରେ ଏକ ବରଫ ବାକ୍ସ ଦିଆଯାଇଥିଲା। ଏହି ଯୋଜନାରେ ତଫସିଲଭୁକ୍ତ ଜାତି ଓ ଉପଜାତିଙ୍କ ପାଇଁ ଶତକଡ଼ା ୬୦ ପ୍ରତିଶତ ରିହାତି ମିଳିବାର ସୁବିଧା ଥିବାବେଳେ ସାଧାରଣ ବର୍ଗଙ୍କ ପାଇଁ ୪୦ ପ୍ରତିଶତ ରିହାତି ମଳିବା କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ, ଜିଲାପାଳ ଡ.ପୋମା ଟୁଡୁ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପିଡି ସୁବାସ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ମତ୍ସ୍ୟ ବିଭାଗ ପଦାଧିକାରୀ ଓ ଜିଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କେନ୍ଦ୍ରାଚଂଳ ଆୟୁକ୍ତ ଶ୍ରୀ ସାମଲ ଜିଳପାଳଙ୍କ ମିନି କନଫେରେନ୍ସ ହଲ୍ରେ ବିଭାଗ ଗୁଡ଼ିକର କାର୍ଯ୍ୟାବଳୀର ସମୀକ୍ଷା କରି ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଶ୍ରୀ ସାମଲ ଜିଲାପାଳଙ୍କ ସହିତ ସର୍କିଟ ଯିବା ବାଟରେ ସମର୍ପଣ ଅନୁଷ୍ଠାନକୁ ଯାଇ ଅନ୍ତେବାସୀମାନଙ୍କୁ ସାକ୍ଷାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.