Home ଓଡ଼ିଶା ୪ ବିଧାୟକଙ୍କୁ ନେଇ ଭେଟେରାନ ଫୁଟବଲ୍ ମ୍ୟାଚ

୪ ବିଧାୟକଙ୍କୁ ନେଇ ଭେଟେରାନ ଫୁଟବଲ୍ ମ୍ୟାଚ

243

ନୟାଗଡ଼, ୩୦ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଖେଳ ପଡ଼ିଆରେ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟର ଅୟ୍ୟ ଆରମ୍ଭ ପୂର୍ବରୁ ନୟାଗଡ଼ ଜିଲାର ୪ ବିଧାୟକଙ୍କୁ ନେଇ ଭେଟେରାନ ଫୁଟବଲ୍ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା ଓ ରଣପୁର ନିର୍ବାଚନ ମଣ୍ଡଳୀର ୪ ବିଧାୟକ ଡ.ଅରୁଣ କୁମାର ସାହୁ, ସୌମ୍ୟରଂଜନ ପଟ୍ଟନାୟକ, ରମେଶ ଚନ୍ଦ୍ର ବେହେରା ଓ ସତ୍ୟନାରାୟଣ ପ୍ରଧାନଙ୍କ ହୋଇଥିବା ଏହି ଖେଳରେ ନୟାଗଡ଼ ଓ ଦଶପଲ୍ଲା ବିଧାୟକ ଏକାଦଶ ଯୁଗ୍ମ ଚମ୍ପିଅନ ହୋଇଥିଲେ। ପ୍ରଥମ ପର୍ଯ୍ୟାୟ ଖେଳରେ ନୟାଗଡ଼ ବିଧାୟକ ଏକାଦଶ ଦଶପଲା ବିଧାୟକ ଏକାଦଶକୁ ୩-୧ ଗୋଲରେ ପରାସ୍ତ କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଖେଳରେ ରଣପୁର ବିଧାୟକ ଏକାଦଶ ଓ ଖଣ୍ଡପଡ଼ା ବିଧାୟକ ଏକାଦଶକୁ ଟ୍ରାଇବ୍ରେକର ସହାୟତାରେ ପରାସ୍ତ କରିଥିଲେ। ତେବେ ଶେଷ ପର୍ଯ୍ୟାୟରେ ନୟାଗଡ଼ ବିଧାୟକ ଏକାଦଶ ଓ ରଣପୁର ବିଧାୟକ ଏକାଦଶ ମଧ୍ୟରେ ଖେଳ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲାବେଳେ କେହି କାହାରିକୁ କୌଣସି ଗୋଲ ଦେଇପାରିନଥିଲେ। ଫଳରେ ଉଭୟ ନୟାଗଡ଼ ଓ ରଣପୁରକୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯାଇଥିଲା। ଖେଳରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରାବିବରଣୀ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.