Home ଜିଲ୍ଲା ପରିକ୍ରମା ନିମାପଡାରେ ବରିଷ୍ଠ ନାଗରିକ ଦିବସ ପାଳିତ,ବରିିଷ୍ଠଙ୍କ ନୈତିକ ଶିକ୍ଷାରେ ସମାଜ ଆଗକୁ ବଢେ

ନିମାପଡାରେ ବରିଷ୍ଠ ନାଗରିକ ଦିବସ ପାଳିତ,ବରିିଷ୍ଠଙ୍କ ନୈତିକ ଶିକ୍ଷାରେ ସମାଜ ଆଗକୁ ବଢେ

1

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ନିମାପଡା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆଜି ବନ୍ତ ପଚାଂୟତ ସମିତି ସୌଜନ୍ୟରେ ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ଉନ୍ନୟନ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ସଭାକୁ ବରିଷ୍ଠ ନାଗରିକ ଗଣେଶ ପ୍ରସାଦ କରଶର୍ମା ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ନାଗରିକ ମାନଙ୍କ ପାଖରେ ନୈତିକ ଓ ମୂଲ୍ୟବୋଧ ଭିତିକ ଶିକ୍ଷା ଥାଏ, ସେହି ଶିକ୍ଷା ବରିଷ୍ଠ ମାନଙ୍କ ଠାରୁ ମିଳିଥିବା ବେଳେ ତାହା ବଳିଷ୍ଠ ସମାଜ ଗଠନ ଦିଗରେ ସହାୟକ ହୋଇଥାଏ ବୋଲି ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି କହିଥିଲେ । ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନେ ଆଗାମୀ ଯୁବପିଢୀଙ୍କୁ ପ୍ରେରଣାଦାୟୀ ତଥ୍ୟ ଯୋଗାଇ ଦେବାରେ ସହାୟକ ହେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ଜେନା ସରକାରଙ୍କ ଏତାଦୃଶ୍ୟ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ସାହିତ ନୁହେଁ ଆଗାମୀ ଯୁବପିଢୀ ପାଇଁ ପଥ ପ୍ରଦର୍ଶକ ହେବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ ମଂଚାସୀନ ହୋଇ ସରକାରଙ୍କ ଏହି କାର୍ଯ୍ୟକ୍ରମ ବରିଷ୍ଠ ମାନଙ୍କୁ ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବ ବୋଲି ମତ ରଖିଥିଲେ । ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର ସଂକ୍ଷିପ୍ତ ବକ୍ତବ୍ୟ ରଖିଥିବା ବେଳେ ସାହିତ୍ୟିକ ଚର୍ତୁଭୂଜ ପହି ବରିଷ୍ଠଙ୍କ ଉପରେ କବିତା ପାଠ କରିଥିଲେ । ବନ୍ତ ବରିଷ୍ଠ ନାଗରିକ ମଂଚର ସହ ସମ୍ପାଦକ କବି ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ମଂଚ ସଂଯୋଜନାରେ ସମ୍ପାଦକ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢୀ ସଭାର ଉଦ୍ଦେଶ୍ୟଜ୍ଞାପନ ଓ ସ୍ୱାଗତ ଭାଷଣ ରଖିଥିଲେ । ଏହିଅବସରରେ ପ୍ରତିଭାଧର ବରିଷ୍ଠ ବ୍ୟକ୍ତି ନୃସିଂହ କର, ଗଦାଧର ବେହେରା, କୃଷ୍ଣ ଚନ୍ଦ୍ର ବାରିକ, ପଚାଂନନ ପତି, ଭୀମସେନ ବିଶ୍ୱାଳ ବର୍ମା, ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ସମ୍ମାନ ଫଳକ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତଙ୍କୁ ଚାରା ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରକାଶ ଚନ୍ଦ୍ର ସାହୁ, ନାରାୟଣ ଚନ୍ଦ୍ର ସାମଲ, ଅର୍ଜୁନ ବାରିକ, ହୃଷିକେଷ ମିଶ୍ର, ଅଜୟ ପୃଷ୍ଟି, ଚିତରଞ୍ଜନ ସାମନ୍ତରାୟ, ସେକ ୟାକତ ଅଲ୍ଲୀ, ସୁନିଲ କୁମାର ରାଉଳ, ନବକୁମାର ଲେଙ୍କା, ଅଲେଖ ଚନ୍ଦ୍ର ନାୟକ, ରଞ୍ଜନ କୁମାର ଦାସ, ଉପେନ୍ଦ୍ର ଶତପଥି, କୃଷ୍ଣଚନ୍ଦ୍ର ପଣ୍ଡା, ଶାନ୍ତିଲତା କର, ପୂର୍ଣ୍ଣଚନ୍ଦ୍ର ରାଉତ, ଶ୍ୟାମସୁନ୍ଦର ଜେନା, କାର୍ତିକ ଚନ୍ଦ୍ର ପଣ୍ଡା, ମାଧବ ଚନ୍ଦ୍ର ବିଶ୍ୱାଳ, ଦିଲ୍ଲିପ କୁମାର ପରିଡା, ହରମୋହନ ପଣ୍ଡା, ଶଙ୍କର୍ଷଣ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.