Home ଓଡ଼ିଶା ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ବିରଳ ପରିଚୟ ସୃଷ୍ଟି କରିଥିଲେ ପ୍ରଦୀପ ମହାରଥୀ –...

ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ବିରଳ ପରିଚୟ ସୃଷ୍ଟି କରିଥିଲେ ପ୍ରଦୀପ ମହାରଥୀ – ଧର୍ମେନ୍ଦ୍ର ପ୍ରଧାନ

217

ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

– ରାଜ୍ୟର ରାଜନୈତିକ ଓ ସାମାଜିକ ଜୀବନରେ ଅପୂରଣୀୟ କ୍ଷତି
– ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ଥିଲା ତାଙ୍କର ପସନ୍ଦ

ଭୁବନେଶ୍ୱର, ଅକ୍ଟୋବର ୦୪ (ଓଡ଼ିଆ ପୁଅ) – ପିପିଲି ବିଧାୟକ ତଥା ରାଜ୍ୟର ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ପିପିଲି ବିଧାୟକ ତଥା ରାଜ୍ୟର ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଶ୍ରୀଯୁକ୍ତ ମହାରଥୀ ଜଣେ ଖୁସ୍ ମିଜାସ୍ ସ୍ୱଭାବର ବ୍ୟକ୍ତି ଥିଲେ। କୌଣସି ବି ପ୍ରସଙ୍ଗରେ ରୋକଠୋକ୍ ଭାବରେ ନିଜର ମତ ରଖିବା ସହ ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ଏକ ବିରଳ ପରିଚୟ ସୃଷ୍ଟି କରିଥିଲେ।

ସବୁବେଳେ ଲୋକଙ୍କ ସାଙ୍ଗରେ ରହିବା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ଥିଲା ତାଙ୍କର ପସନ୍ଦ। ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ଓ ସାମାଜିକ ଜୀବନରେ ଏକ ଅପୂରଣୀୟ କ୍ଷତି ହେଲା।

ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖ ସମୟରେ ପରିବାର ବର୍ଗକୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.