Home Top News ନିଖୋଜ ଯୁବକଙ୍କୁ ହାତଗୋଡ଼ ବାନ୍ଧିହତ୍ୟା କରିବାର ଏଗାର ଦିନ ପରେ ମାଟି ତଳୁ ମିଳିଲା ଗଳିତ...

ନିଖୋଜ ଯୁବକଙ୍କୁ ହାତଗୋଡ଼ ବାନ୍ଧିହତ୍ୟା କରିବାର ଏଗାର ଦିନ ପରେ ମାଟି ତଳୁ ମିଳିଲା ଗଳିତ ଶବ : ଜଣେ ସନ୍ଦିଗ୍ଧ ଅଟକ ୪ ଜଣଙ୍କର ଘର ଜଳିଦେଲେ ଉତ୍ୟକ୍ତ ଲୋକେ

92

କୋରାପୁଟ : ୨୮/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ଲମତାପୁଟ ବ୍ଲକର ଟିକରପୋଡ଼ା ଗ୍ରାମରେ ଯୁବକଙ୍କୁ ହାତଗୋଡ଼ ବାନ୍ଧିହତ୍ୟା କରିବା ପରେ ମାଟିତଳେ ପୋତି ଦିଆଯାଇଥିଲା। ୧୧ଦିନ ପରେ ମାଟି ତଳୁ ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି ନନ୍ଦପୁର ପୋଲିସ। ଏହାକୁ ନେଇ ଟିକର ପୋଡ଼ାଗ୍ରାମରେ ଚାପା ଉତେଜନା ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ପୋଲିସ ଉପସ୍ଥିତିରେ ସନ୍ଦିଗ୍ଧଙ୍କ ୪ଟି ଘର ବ୍ୟାପକ ଭଙ୍ଗାରୁଜା କରିବା ସହ ପେଟ୍ରୋଲ ଡାଳି ନିଆଁ ଲଗେଇ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟଯେ, ପୂର୍ବରୁ ପୁଅ ସୁବାସ ବଡ଼ନାୟକ ନିଖୋଜ ହୋଇଥିବା ନେଇ ଯୁବକଙ୍କ ବାପା ନନ୍ଦପୁର ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ନନ୍ଦପୁର ପୋଲିସ ତଦନ୍ତ ଆରମ୍ଭ ଜାରି ରହିଥିବା ବେଳେ ଅନ୍ୟପକ୍ଷରେ ୧୬ ତାରିଖରୁ ଚନ୍ଦ୍ର ଏବଂ ତାଙ୍କ ପରିବାର ଘରେ ନ ଥିବାରୁ ପୋଲିସର ସନ୍ଦେହ ବଢ଼ିଯାଇଥିଲା। ନିଖୋଜ ସୁବାସଙ୍କ ଦାଦା ହରି ବଡ଼ନାୟକ ଗତକାଲି ଗୋରୁ ଚରାଇବା ଲାଗି ସେହି ରାସ୍ତା ଦେଇ ଯାଉଥିବା ସମୟରେ ଚନ୍ଦ୍ରଙ୍କ ଘର ନିକଟରେ ମାଟି ଖୋଳାଯାଇଥିବା ଦେଖିବାକୁ ପାଇଥିଲେ ଓ ଖୋଲାଯାଇଥିବା ସ୍ଥାନ ଉପରେ ପଥର ପକାଇ ଡାଳ ଝାଟି ଢଙ୍କା ହୋଇଥିବା ଦେଖି ସନ୍ଦେହ ହେବାରୁ ହରି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ନନ୍ଦପୁର ଏସ୍‌ଡିପିଓ ଶ୍ରୀ ମହାପାତ୍ର ଥାନା ଅଧିକାରୀ କପିଳେଶ୍ୱର ବେହେରା, ମାନସ ଭୋଇ ଘଟଣା ସ୍ଥଳରେ ପହଞ୍ଚି ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ସୀମାଞ୍ଚଳ ପାତ୍ରଙ୍କ ଉପସ୍ଥିତିରେ ମାଟି ଖୋଲାଯାଇ ମାଟି ଭିତରୁ ମୃତ ଗଳିତ ଶବ ଉଦ୍ଧାର କରିଥିଲେ।

ମୃତ ଦେହକୁ ରଶିରେ ହାତଗୋଡ଼ ବନ୍ଧାଯାଇ ପୋତାଯାଇଥିବା ଦେଖିବାକୁ ମିଳିଛି। ମୃତ ଦେହକୁ ସୁବାସଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ମୃତ ଯୁବକ ହେଲେ ସୁବାସ ବଡ଼ନାୟକ (୨୫) ନନ୍ଦପୁର ଥାନାରେ ଖବର ଲେଖା ହେବା ପର୍ଯ୍ୟନ୍ତ ଗାଁ ରେ ଚାପା ଉତ୍ତେଜନା ଲାଗିରହିଥିଲା।

ବର୍ତ୍ତମାନ ଗ୍ରାମରେ ପୋଲିସ ମୁତୁୟନ ରହିଥିବା ବେଳେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଏଥିରେ ସଂପୃକ୍ତ ବ୍ୟକ୍ତିକୁ ଶୀଘ୍ର ଗିରଫ କରାଯିବା ବୋଲି ପୋଲିସ ସୂଚନା ଦେଇଛନ୍ତି। କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପୋଡାଲ ଟିକରପଡ଼ା ପହଁଚି ପରିବାର ଲୋକଙ୍କୁ ଭେଟି ସାନ୍ତ୍ୱନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.