Home ଓଡ଼ିଶା ଆଗାମୀ ତ୍ରିସ୍ତରୀୟ ପଂଚାୟତିରାଜ ଓ ପୌରପରିଷଦ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ପିସିସ ପକ୍ଷରୁ ଜିଲ୍ଲା ସ୍ତରରେ...

ଆଗାମୀ ତ୍ରିସ୍ତରୀୟ ପଂଚାୟତିରାଜ ଓ ପୌରପରିଷଦ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ପିସିସ ପକ୍ଷରୁ ଜିଲ୍ଲା ସ୍ତରରେ ସଂଯୋଜକ ମାନଙ୍କୁ ଦାୟୀତ୍ୱ ଅର୍ପଣ

38

ଭୁବନେଶ୍ୱର ୨୭.୯ (ଓଡ଼ିଆ ପୁଅ) – ଆଗାମୀ ତ୍ରିସ୍ତରୀୟ ପଂଚାୟତିରାଜ ଓ ପୌରପରିଷଦ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ପିସିସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଜିଲ୍ଲା ସ୍ତରରେ ନିମ୍ନଲିଖିତ ସଂଯୋଜକ ମାନଙ୍କୁ ଦାୟୀତ୍ୱ ଅର୍ପଣ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ପଂଚାନନ କାନୁନଗୋଙ୍କୁ କେନ୍ଦ୍ରପଡ଼ା/ ଜଗତସିଂହପୁର ଓ କଟକ ଜିଲ୍ଲା, ଶ୍ରୀ ନକୁଳ ନାୟକଙ୍କୁ ନବରଙ୍ଗପୁର ଓ ମାଲକାନଗିରି, ଶ୍ରୀ ଉମାବଲ୍ଲଭ ରଥଙ୍କୁ ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା, ଶ୍ରୀ ସତ୍ୟଭୂଷଣ ସାହୁଙ୍କ ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା, ଶ୍ରୀ ସମରେନ୍ଦ୍ର ମିଶ୍ରଙ୍କୁ ବଲାଙ୍ଗିର ଓ ସୋନପୁର, ଶ୍ରୀ ରାଜକିଶୋର ଷଢ଼ଙ୍ଗୀଙ୍କୁ ସୁନ୍ଦରଗଡ଼ ଓ ରାଉରକେଲା, ଶ୍ରୀ ବିସ୍ମୟ ମହାପାତ୍ରଙ୍କୁ କନ୍ଧମାଳ, ଗଜପତି ଓ ଗଞ୍ଜାମ, ଶ୍ରୀ ଜ୍ଞାନଦେବ ବେଉରାଙ୍କୁ ଢ଼େଙ୍କାନାଳ, ଅନୁଗୁଳ ଓ ଦେବଗଡ଼, ଶ୍ରୀ ମନୋରଞ୍ଜନ ଦାଶଙ୍କୁ ବୌଦ୍ଧ, ଶ୍ରୀ ସତ୍ୟଶିବ ଦାସଙ୍କୁ ବାଲେଶ୍ୱର, ଶ୍ରୀ ନିରୋଜ ଲୋଚନ ଦାସଙ୍କୁ ମୟୁରଭଞ୍ଜ, ଶ୍ରୀ ରତିକାନ୍ତ ବରାଳଙ୍କୁ କେନ୍ଦୁଝର, ଯାଜପୁର ଓ ଭଦ୍ରକ, ଡ. ଦେବାଶିଷ ପଟ୍ଟନାୟକଙ୍କୁ ରାୟଗଡ଼ା ଓ କୋରାପୁଟ ଓ ସର୍ବୋପରି ଡ. ହମିଦ ହୁସେନଙ୍କୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଦାୟୀତ୍ୱ ଶ୍ରୀଯୁକ୍ତ ପଟ୍ଟନାୟକ ଦେଇଛନ୍ତି। ସମସ୍ତ ସଂଯୋଜକମାନେ ଉକ୍ତ ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ସହ ଆଲୋଚନାକରି ସ୍ଥିରୀକୃତ ତାରିଖ ଓ ସମୟ ଅବଧିରେ କାର୍ଯ୍ୟ ସମାପନ କରିବାକୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଅବଗତ କରିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସଂପାଦକ ଶ୍ରୀଯୁକ୍ତ ବୈଦ୍ୟନାଥ ସ୍ୱାଇଁ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.