Home ଜିଲ୍ଲା ପରିକ୍ରମା ନିଉଦାଣୀ ଶିଶୁ ମନ୍ଦିରରେ ନମାମି ଭାରତମ୍ କାର୍ଯ୍ୟକ୍ରମ

ନିଉଦାଣୀ ଶିଶୁ ମନ୍ଦିରରେ ନମାମି ଭାରତମ୍ କାର୍ଯ୍ୟକ୍ରମ

1

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିଉଦାଣୀ ତରଫରୁ ବନ୍ଦେ ଭାରତମ୍‌ର ୧୫୦ ବର୍ଷ ପୂର୍ତି ଅବସରରେ ବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟ ସୋସୋ କାନପୁର ପରିସରରେ ନମାମି ଭାରତମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିବା ୧୧ ଘଟିକାରେ ଶିଶୁ ମନ୍ଦିରର ପ୍ରଧାନ ଗୁରୁମା ମାନାରାଣୀ ତ୍ରିିପାଠୀଙ୍କ ସଂଯୋଜନାରେ ବନ୍ଦେ ଭାରତମ୍‌ର ସାମୁହିିିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିିିତ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଶିଶୁ ମନ୍ଦିରର ସଭାପତି ଅଶୋକ କୁମାର ରାଉତ ମୁଖ୍ୟ ଅତିଥି, ସ୍ନେହଲତା ଦାସ, ମୁଖ୍ୟବକ୍ତା ଅର୍ନ୍ତର୍ଯ୍ୟାମୀ ରାଉତ, ସମ୍ମାନିିତ ଅତିଥି ଭାବେ ନାରାୟଣ ଚନ୍ଦ୍ର ବିଶ୍ୱାଳ, ହରମୋହନ ପଣ୍ଡା, ଅମୂଲ୍ୟ କୁମାର ମିଶ୍ର, ଶିକ୍ଷାବିତ୍ ବିଜୟ କୁମାର ଜେନା, ଦୁର୍ଯେର୍ାଧନ ଜେନା ଯୋଗଦାନ କରିଥିଲେ । ମୋହନ କୁମାର ମହାନ୍ତି ମଂଚ ସଂଯୋଜନା କରିଥିଲେ । ଶିଶୁ ମନ୍ଦିରର ସମ୍ପାଦକ ଅକ୍ଷୟ କୁମାର ବିଳ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ସା, ଅଲେଖ ଚନ୍ଦ୍ର ରାଉତ ତଥା କମିଟିର ସଦସ୍ୟ ସଦସ୍ୟା ଓ ବିଦ୍ୟାଳୟର ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୋସୋ ଥାନାର ଆଇଆଇସିି କାନନ ସାହୁ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.