Home ଜିଲ୍ଲା ପରିକ୍ରମା ନାଳିଆରେ ୩୦ ଫୁଟର ଘାଇ ,ଖପରପଦା କଟସାହି ବେହାଲ

ନାଳିଆରେ ୩୦ ଫୁଟର ଘାଇ ,ଖପରପଦା କଟସାହି ବେହାଲ

2

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀର ଶାଖା ନଦୀ ନାଳିଆରେ ଏକ ଘାଈ ହୋଇଛି।ଏହା ଧାମନଗର ବ୍ଲକର ଖପରପଦା ଏବଂ କଟସାହି ଅଂଚଳକୁ ଗୁରୁତର କରିଛି।ଶନିବାର ସକାଳେ ନାଳିଆ ନଦୀର ଡାହାଣ ପାର୍ଶ୍ୱର କୂଳ ବନ୍ଧ ରାଜ୍ ମୁକୁନ୍ଦପୁର-ଆଙ୍କପଦା ରାସ୍ତାରେ ୧୫ ଫୁଟର ଘାଈ ହୋଇଥିଲା। ଏହା କ୍ରମଶଃ ବୃଦ୍ଧି ପାଇଛି ଏବଂ ସନ୍ଧ୍ୟା ବେଳକୁ ପ୍ରାୟ ୩୦ ଯାଏଁ ଲମ୍ବି ଯାଇଥିବା ଦେଖିବା ପାଇଁ ମିଳିଛି।ଘାଈ ଦେଇ ପ୍ରବଳ ବନ୍ୟା ସ୍ରୋତ ପ୍ରବାହିତ ହେଉଥିବା ବେଳେ ଏହା ଲୁଣିଆ ପଥରଡିହ ମଙ୍ଗଳପୁର ସରପୁର ଲେଙ୍କାସାହି କଟସାହି ମୁଦୁଲିସାହି ଇଟାପାଳ ଗୁହାଳିପାଳ ଖପରପଦା ଆଦି ଅଂଚଳକୁ ମାଡିବା ସହ ଗାଁକୁ ମଧ୍ୟ ପ୍ରବେଶ କରିଛି।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଧାମନଗର ବିଡ଼ିଓ ବନ ବିହାରୀ ଦିନ୍ଦା ପ୍ରାକ୍ତନ ସରପଂଚ ଗୟାଧର ନାୟକ ଯୁବନେତା ମାନସ ଯେନା ପ୍ରମୁଖ ଘାଇ ହୋଇଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ଏହାର ପ୍ରତିକାର ସମ୍ପର୍କରେ ଜଳସମ୍ପଦ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.