Home ଜିଲ୍ଲା ପରିକ୍ରମା ନାବାଳିକା ଝିଅକୁ ଅସଦାଚରଣ ସହିତ ଦୁଷ୍କର୍ମ ଏବଂ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ନାବାଳିକା ଝିଅକୁ ଅସଦାଚରଣ ସହିତ ଦୁଷ୍କର୍ମ ଏବଂ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

5

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ ଘାଟସାହି, (ଖଡ଼ିମାହାରା ) ରେ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି । ଅଭିଯୋଗ କାରିଣୀ -ଶୁଭସ୍ମିତା ମଲିକ, ଅଭିଯୋଗ କରିଛନ୍ତି ।ଘଟଣା ଅନୁସାରେ ୨୫ ତାରିଖ ର ସକାଳ ୮ ଟାରେ ତାଙ୍କ ଝିଅ ୧୦ ବର୍ଷ ତାକୁ ଦୁର୍ବ୍ୟବହାର କରାଯାଇଛି। ଶିଶୁଟି ଚକୋଲେଟ ଆଣିବାକୁ ତାରିଣୀ ହୋଟେଲ ପାଖ ଦୋକାନ କୁ ଯାଇଥିଲା ।ଦୋକାନ ବନ୍ଦ ଥିବାରୁ ଶିଶୁଟି ଘରକୁ ଫେରି ଆସିବା ସମୟରେ ସଜନା ମାଝୀ ଘର -ପତ୍ରିସାହି ଙ୍କ ସହିତ ଭେଟ ହୋଇଥିଲା ।ଶିଶୁଟିକୁ ଚକୋଲେଟ ଲୋଭ ଦେଖାଇ ଜନଗହଳି ବସତି ଠାରୁ ବହୁ ଦୂରରେ ଅବସ୍ଥିତ ଗଳି ଭିତରକୁ ନେଇ ଯାଇ ଖରାପ ଉଦ୍ଦେଶ୍ୟ, ହୀନ ମାନସିକତା ଦେଖାଇ ଦୁଷ୍କର୍ମ କରିଥିଲେ ।ଶିଶୁଟି ଏହି କାର୍ଯ୍ୟ ସହି ନ ପରି କାନ୍ଦି ବାରୁ, ଅଭିଯୁକ୍ତ କାଳେ ଧରା ପଡିଯିବା ଡରରେ ନାବାଳିକା ଝିଅକୁ ଚକୋଲେଟ ଧରାଇ, କାହାକୁ କହିବୁ ଯଦି ତଂଟି ଚିପି ହତ୍ୟା ଧମକ ର ଡର ଦେଖାଇ ଥିଲେ ।ଶିଶୁଟି ଡରି କାନ୍ଦି କାନ୍ଦି ଏ ସମସ୍ତ ଘଟଣା ର ବିବରଣୀ ତାଙ୍କ ନିଜ ମାଆ କୁ ଜଣାଇ ଥିଲା ।ଶୁଭସ୍ମିତା ମଲିକ ଏହି ଲୋକଟିର ସନ୍ଧାନ ସ୍ଥାନୀୟ ଗ୍ରାମବାସୀ ଙ୍କ ଠାରୁ ଜାଣି, ନ୍ୟାୟ ଆଶା ରେ ପୋଲିସ ପାଖରେ ଦ୍ୱାରସ୍ଥ ହୋଇଥିଲେ ।ଶିଶୁଟିର ମାଆ ଅଭିଯୋଗ କରିଛନ୍ତି ଯେ ବିଧିବଦ୍ଧ ତଦନ୍ତ କରି ଆସାମୀ ସଜନ ମାଝୀ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ କୋଠର ଦଣ୍ଡ ପାଇଁ ନ୍ୟାୟ ଭିକ୍ଷା କରିଥିଲେ। ଧୂଷୁରୀ ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରି କେଶ ନମ୍ୱର୍ ୪୨୨/୨୬ ରେଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ରବିବାର ୨୭ ତାରିଖ ସକାଳେ ଝିଅଟିର ବାପା ଉକ୍ତ ଅଭିଯୁକ୍ତ କୁ ଧରି ଥାନାକୁ ଖବର ଦେଇଥିଲେ ।ପୋଲିସ ଅଭିଯୁକ୍ତ ଥାନା ରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.