Home ଓଡ଼ିଶା ନାବାଳିକା କୁ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିଥିବା ପ୍ରେମିକ ନାମରେ ଥାନାରେ ଅଭିଯୋଗ,ପୁଲିସର ତଦନ୍ତ...

ନାବାଳିକା କୁ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିଥିବା ପ୍ରେମିକ ନାମରେ ଥାନାରେ ଅଭିଯୋଗ,ପୁଲିସର ତଦନ୍ତ ଆରମ୍ଭ

86

ମାଲକାନଗିରି,୧୯ା୧୦ (ଓଡିଆ ପୁଅ ) ବିବାହର ପ୍ରୋଲଭନ ଦେକାଇ ଜଣେ ନାବାଳିକା ସହିତ ଶାରିରିକ ସଂପର୍କ ରଖିବା ଓ ପରେ ନାବାଳିକା ଗର୍ଭବତୀ ହେବାରୁ ତାର ଗର୍ଭନଷ୍ଟ କରି ପ୍ରେମିକ ଫେରାର ହୋଇଯିବା ଘଟଣା ସଂପର୍କରେ ମାଲକାନଗିରି ଥାନାରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏପରି ସମ୍ବେଦନଶୀଳ ଘଟଣା ଘଟିଛି ମାଲକନଗିରି ବ୍ଲକସ୍ଥ ଏମଭି୧୬ ଗ୍ରାମ ନିକଟସ୍ଥ ଏକ ପଡାଗ୍ରାମରେ, ସେହି ଗ୍ରାମର ଜଣେ୧୫ବର୍ଷର ନାବାଳିକା କୁ ନିକଟସ୍ଥ ଗ୍ରାମର ଜଣେ ଯୁବକ ବିବାହହେବାର ମିଥ୍ୟା ପ୍ରଲୋଭନ ଦେଖାଇ ତା ସହିତ ଦୀର୍ଘ୩ବର୍ଷ ଧରି ପ୍ରେମ ସଂପର୍କ ରଖିଥିଲେ । ନାବାଳିକା ଜଣକ ଗର୍ଭବତୀ ହେବାରୁ ବିବାହ ଆଗରୁ ଗର୍ଭବତୀ ହେବା କଥା ଲୋକମାନେ ନାପସନ୍ଦ କରିବେ କହି ବୁଝା ସୁଜା କରି ନାବାଳିକା ଙ୍କୁ ଔଷଧ ଦେଇ ତାର ଗର୍ଭନଷ୍ଟ କରିଦେଇଥିଲେ । ଗର୍ଭନଷ୍ଟ କରିଦେବା ପରେ ସେ ଯୁବକ ଫେରାର ହୋଇଯାଇଥିଲେ । ପ୍ରେମିକ ଜଣଙ୍କ ତାଙ୍କୁ ଧୋକାଦେଇ ଫେରାର ହୋଇଯାଇଥିବାର ନାବାଳିକା ଜଣକ ଜାଣିପାରି ତାଙ୍କ ପରିବାରଙ୍କୁ ସବୁକଥା ଜଣାଇଥିଲେ । ପିରବାର ଲୋକେ ଏହା ଜାଣିବାପରେ ସଂପୃକ୍ତ ଯୁବକ ନାମରେ ନାବଳିକାକୁ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିଦେବା ସଂପର୍କ ମାଲକନଗରି ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏତଲା ପାଇବାପରେ ସେହି ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.