Home ଜିଲ୍ଲା ପରିକ୍ରମା କରୋନା କଟକଣା ମଧ୍ୟରେ ଭଦ୍ରକରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା

କରୋନା କଟକଣା ମଧ୍ୟରେ ଭଦ୍ରକରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା

34

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମା’ ଗଜଲକ୍ଷ୍ମୀଙ୍କ ପୂଜା କରୋନା କଟକଣା ଜନିତ ପ୍ରଶାସନିକ ଅଂକୁଶ ମଧ୍ୟରେ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଛି । ଆଶ୍ୱିନୀ ମାସରେ ଏହି ପର୍ବ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୁଏ । ଏଣୁ ଆଜିର ଦିନରେ ମା’ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ସହରର ବିଭିନ୍ନ ମଣ୍ଡପରେ ଏହି ପୂଜାର ମାହୌଲ ପୂର୍ବରୁ ଜମିଆସୁଥିବାବେଳେ ଚଳିତବର୍ଷ ମହାମାରୀ କରୋନା ଭାଇରସ୍ ପାଇଁ ଫିକା ପଡିଛି । ବିଶେଷକରି ଭଦ୍ରକ କଚେରୀ ବଜାରସ୍ଥିତ ଫଳ ମାର୍କେଟ୍ ପକ୍ଷରୁ ସାର୍ବଜନୀନ ମା’ ଲକ୍ଷ୍ମୀପୂଜା କମିଟି ଦ୍ୱାରା ଏହା ନିରାଡମ୍ବର ଭାବେ କୋଭିଡ୍ କଟକଣାକୁ ନେଇ ଆରମ୍ଭ ହୋଇଛି । ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ କଳସ ପୂଜା ଆରମ୍ଭ ହୋଇ ଘଟ ସ୍ଥାପନ ପୂର୍ବକ ମା’ ଙ୍କ ପୂଜା ସମସ୍ତ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି । ସେହିଭଳି କୁଆଁସର ଗଜଲକ୍ଷ୍ମୀ, ବନ୍ତଛକ, ପୂର୍ବତନ ପୌରପାଳ ମାନସ ମହାନ୍ତିଙ୍କ ବାସଭବନ, ଅର୍ଣ୍ଣପାଳ ଆନନ୍ଦବଜାର ସ୍ଥିତ ମା’ ମହାଲକ୍ଷ୍ମୀଙ୍କ ସ୍ଥାୟୀ ମନ୍ଦିରରେ ମା’ଙ୍କ ଆବାହନୀ ସହ ପୂଜାର୍ଚ୍ଚନା ସମାପନ ହୋଇଛି । ତେବେ କରୋନା ଜନିତ କଟକଣା ଯୋଗୁଁ କୌଣସି ଭକ୍ତ ମା’ଙ୍କ ନିକଟକୁ ନଆସି ଘରେ ରହି ପୂଜା କରିବା ପାଇଁ ଉପରୋକ୍ତ ପୂଜା ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ଅନେକ ମାନସିକଧାରୀ ମହିଳାମାନେ ମା’ଙ୍କ ନିକଟକୁ ଯାଇନପାରୁଥିଲେ ମଧ୍ୟ ଭୋଗ ପଠାଇ ପୂଜା କରୁଥିବାର ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.