Home ଜିଲ୍ଲା ପରିକ୍ରମା ଚୌକିଦାର ଗଦାଧର ଯେନାଙ୍କ ପରଲୋକ

ଚୌକିଦାର ଗଦାଧର ଯେନାଙ୍କ ପରଲୋକ

33

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ପୂର୍ବତନ ଚୌକିଦାର ଗଦାଧର ଯେନା(୭୬)ଙ୍କର ଆଜି ପରଲୋକ ହୋଇଯାଇଛି । ସ୍ୱର୍ଗତ ଯେନା ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ଶଯ୍ୟାଶାୟୀ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାର ଲୋକେ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ବୈତରଣୀ ନଦୀ ତଟ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି । ଏକମାତ୍ର ପୁତ୍ର ନିରଞ୍ଜନ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଯେନା ‘ହଗୁରା ଚୌକିଆ’ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ଦୀର୍ଘ ଚାଳିଶ ବର୍ଷ ଧରି ଚୌକିଦାର ଦାୟିତ୍ୱ ଥାନା ପକ୍ଷରୁ ତୁଲାଇଥିଲେ । ସମାଜସେବୀ ତଥା ମାଳଦା ସରପଞ୍ଚଙ୍କ ପ୍ରତିନିଧି ପ୍ରତ୍ୟୁଷ ସାମଲ ଓ ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଦଳ ସ୍ୱର୍ଗତ ଚୌକିଦାରଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.