Home ଓଡ଼ିଶା ନାବାଳିକାର ଅଶ୍ଲିଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକ ଓ ଜଣେ ନାବାଳକ ଗିରଫ

ନାବାଳିକାର ଅଶ୍ଲିଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକ ଓ ଜଣେ ନାବାଳକ ଗିରଫ

110

ମାଲକାନଗିରି,୫ା୭ (ଓଡିଆ ପୁଅ)ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ପୁଲିସ ଜଣେ ନାବାଳିକାର କିଛି ଅଶ୍ଲିଳ ଭିଡିଓ ମୋବାଇଲରେ ଭାଇରାଲ କରିବା ଅଭିଯୋଗରେ ଆଜି ଦୁଇଜଣଙ୍କୁ ଗିରଫ କରିଛନ୍ତି , ସେମାନଙ୍କ ମଧ୍ୟରେ ଜଣେ ଯୁବକ ଓ ଜଣେ ନାବାଳକଙ୍କୁ ଗିରଫ ହୋଇଛନ୍ତି ।ଗତ ଦେଢମାସ ତଳେ କାଲିମେଳା ଥାନା ଅଚଂଳର ଏକ ଗ୍ରାମର ଜଣେ ନାବାଳିକା ଙ୍କର କିଛି ଅଶ୍ଲିଳ ଭିଡିଓ ମୋବାଇଲରେ ସୁଟିଂକରି ତାହାକୁ ଭାଇରାଲ କରିଦିଆ ଯାଇଥିଲା । ଏ ସଂପର୍କରେ କାଲିମେଳା ଥାନା କେସ ନମ୍ବର ୧୪୬,ତା ୪.୭. ୨୦୨୧ରେ ଏକ ମାମଲା ରୁଜୁକରାଯାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲେ । ଏହି ଭିଡିଓ ଭାଇରାଲ କରିବା ଅଭିଯୋଗରେ ଏମଭି୭୯ ଥାନାସ୍ଥ ଏମଭି ୧୦୭ ଗ୍ରାମର ଯାଦବ ମିର୍ଧା ଓ ଜଣେ ନାବାଳକ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର କାଲିମେଳା ଥାନା ଅଧିକାରୀ ଜଗଦିଶ ବାରା ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.