Home ଓଡ଼ିଶା କୋଭିଡ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ,କକ୍ରିଂଟ ତାଜା ପଡି ଜଣେ ମହିଳା ଆହତ

କୋଭିଡ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ,କକ୍ରିଂଟ ତାଜା ପଡି ଜଣେ ମହିଳା ଆହତ

63

ମାଲକାନଗିରି,୫ା୭ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ କୋଇକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୪୫ବର୍ଷରୁ ଉର୍ଦ୍ଦ ହିତାଧିକାରୀଙ୍କ ଟିକାକରଣ କାର୍ଯ୍ୟକ୍ରମ ଥିଲା । ଟିକା ନେବାପାଇଁ ଏହି କେନ୍ଦ୍ରରେ ପ୍ରବଳ ଭିଡ ଲାଗି ଯାଇଥିଲା । ଅନେକ ଲୋକଙ୍କର ମହଁରେ ମାସ୍କ ନଥିଲା କିସାମିଜିକ ଦୂରତା ଅବଲମ୍ବନ କରିନଥିଲେ । ଏକ ରକମର କୋଭିଡ ନିୟମକୁ ଖୋଲା ଖୋଲିଭାବେ ଉଲଘଂନ କରାଯାଇଥିଲା । ଏହି ଭିଡ ମଧ୍ୟରେ ଜଣେ ମହିଳା କେନ୍ଦ୍ରର କାନ୍ଥକୁ ଲାଗି ଛିଡା ହୋଇଥିଲେ । ହଟାତ ସେହି କାନ୍ଥ ନିକଟରେ ଥିବା କକ୍ରିଂଟ ତେଜା ମହିଳାଙ୍କ ଉପରେ ପଡିଯାଇଥିଲା । ମହିଳା ଜଣଙ୍କ ଆହତ ହୋଇ ସେଠାରେ ପଡି ଯାଇଥିଲେ . ନିକଟରେ ଥିବା ପରିବାର ଲୋକେ ଓ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମାଚାରି ମାନେ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସାଳୟକୁ ନେଇ ଚିକିତ୍ସାକରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.