Home ଓଡ଼ିଶା ଟ୍ରକସହ ୨କ୍ୱିଟାଂଲ୫୨କେଜି ଗଜେଂଇ ଜବତ,ଚାଲାଣ କାରି ଫେରାର

ଟ୍ରକସହ ୨କ୍ୱିଟାଂଲ୫୨କେଜି ଗଜେଂଇ ଜବତ,ଚାଲାଣ କାରି ଫେରାର

48

ମାଲକାନଗିରି,୫ା୭ (ଓଡିଆ ପୁଅ )ଚିତ୍ରକୋଣ୍ଡା ଥାନା ପୁଲିସଙ୍କୁ ମିଳିଛି ଏକ ବଡଧରଣର ସଫଳତା,ରାତ୍ର ପେଟ୍ରୋଲିଂ ସମୟରେ ଟ୍ରକ ସହ ଦୁଇକ୍ୱିଟାଂଲ୫୨କେଜି ଗଜେଂଇ ଜବତ କରିଛନ୍ତି ।ଗତକାଲି ରାତ୍ରରେ ଚିତ୍ରକୋଣ୍ଡା ଥାନା ପୁଲିସ ଚିତ୍ରକୋଣ୍ଡା ବାଲିମେଳା ରାସ୍ତା ସ୍ପିଲେଓ୍ୟ ବ୍ରିଜ ନିକଟରେ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ସେହି ରାସ୍ତାରେ ଦୃତ ଗତିରେ ଏକ ଟାଟା୪୦୭ ଟ୍ରକ ବାଲିମେଳା ଅଭିମୁଖେ ଯାଉଥିବାର ଦେଖି ଅଟକାଇବାକୁ ଚେଷ୍ଟି କରିଥିଲେ । ଗାଡି ନ ଅଟକି ଦୃତ ଗତିରେ ପଳାଉଥିବାରୁ ତାକୁ ଗୋଡାଇଥିଲେ । ପଛରେ ପୁଲିସ ଗୋଡାଉଥିବାର ଦେଖି କିଛି ବାଟଗଲାପରେ ଗାଡିଚାଳକ ଗାଡିଟିକୁ ଛାଡିଦେଇ ଜଙ୍ଗଲରେ ଲୁଚିପଳାଇଥିଲେ । ପୁଲିସ ଗାଡିନିକଟରେ ପହଁଚି ଗାଡିଟିକୁ ଖନତଲାସି କରିବାରୁ ସେହି ଗାଡିର ଡାଲାରେ ସ୍ୱତନ୍ତ୍ର ଭାବେ ନିର୍ମିତ ବକ୍ସରେ ୧୦ଟି ପ୍ଲାଷ୍ଟିକ ବସ୍ତାରେ ବଡ ବଡ ଗଜେଂଇ କେକ ଥିଲା । ଗଜେଂଇ ସହ ଗାଡିଟିକୁ ଥାନାକୁ ନେଇ ଯାଇଥିଲେ । ଆଜି ମାଜିଷ୍ଟ୍ରେଟ ଙ୍କ ସାମନାରେ ଗଜେଂଇ ଗୁଡିକ ଓଜନ କରାଯାଇଥିଲା, ସେଗୁଡିକ ୨କ୍ୱିଟାଂଲ୫୨କେଜି୫୦୦ ଗ୍ରାମ ହୋଇଥିଲା । ଏହାର ସରକାରି ମୂଲ୍ୟ ପ୍ରାୟ ୧୩ ଲକ୍ଷଟଙ୍କା ହେବ ବୋଲି ଜଣାପଡିଛି ।ଏ ସଂପର୍କରେ ଚିତ୍ରକୋଣ୍ଡା ଥାନା କେସ ନମ୍ବର୮୮/୨୦୨୧ ରେ ଏକ କେସ ରୁଜୁକରାଯାଇ ଅଧିକ ତଦନ୍ତ ଚାଲିଛି,ଖୁବ ଶିଘ୍ର ଏହି ଚୋରାଗଜେଂଇ ବେପାରି ଙ୍କୁ ଧରା ଯିବ ବୋଲି ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂଯ ର୍୍ୟପ୍ରକାଶ ନାୟକ କହିଛନ୍ତି । ସୁଚନା ଯୋଗ୍ୟଯେ ଚିତ୍ରକୋଣ୍ଡା ଅଚଂଳ ସବୁଜଜହର (ଗଜେଂଇ)ଚାଷ ଓ ଗଜେଂଇ ଚୋରା ଚାଲାଣର ଭୂସ୍ୱର୍ଗ ପାଲଟିଛି, କେତେ ବେଳେ କେମିତି ଅବକାରି ବିଭାଗ ଓ ପୁଲିସ ଏହି ଗଜେଂଇ ଚାଲାଣ କାରି ଉପରେ ଚଢକରି ଧରୁଥିବା ବେଳେ ଅନେକ ସମୟରେ ଚୋରା ବେପାରି ମାନେ ଖସି ଯାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.