Home ଜିଲ୍ଲା ପରିକ୍ରମା ନମସ୍କାର ପକ୍ଷରୁ ଦୁଃସ୍ଥଲୋକଙ୍କୁ କମ୍ବଳ ବଣ୍ଟନ

ନମସ୍କାର ପକ୍ଷରୁ ଦୁଃସ୍ଥଲୋକଙ୍କୁ କମ୍ବଳ ବଣ୍ଟନ

73

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନମସ୍କାର ଭଦ୍ରକ ଶାଖା ପକ୍ଷରୁ ଆଜି ଦୁଃସ୍ଥ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ଜଗଦଲପୁର ଫାର୍ମ ହାଉସ ଠାରେ ଏନେଇ ଅନୁଷ୍ଠିତ ବୈଠକକୁ ଶାଖା ସଂଘ ସଭାପତି ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚରଣ ବାରିକ ସଭାପତିତ୍ୱ କରିଥିଲେ । ଏଥିରେ ଉପ ସଭାପତି ଧର୍ନୁଜୟ ସେଠୀ, ସମ୍ପାଦକ ବିଶ୍ୱରଞ୍ଜନ ପଣ୍ଡା, ସହ ସମ୍ପାଦକ ଅଜୟ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଅମୀୟ କୁମାର ମହାପାତ୍ର, ଆଇନ ପରାମର୍ଶଦାତା ସରୋଜ କୁମାର ସିଂହ, ଶଶୀକାନ୍ତ ଜେନା, ମିଡ଼ିଆ ସଂଯୋଜକ ନରେନ୍ଦ୍ର ସାମଲ, ହେମନ୍ତ ସିଂହ, ଆବାହକ ସଞ୍ଜୀବ ଘଡ଼େଇ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ସଙ୍ଗଠନ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଇ ଲୋକଙ୍କୁ ସହାୟତା ଯୋଗାଇ ଦେବା ନେଇ ଆଲୋଚନା କରାଯାଇଥିଲା । ଆଗାମୀ ୨୪ ତାରିଖ ଭଦ୍ରକ ଶାଖାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦେବା ନେଇ ସ୍ଥିରିକୃତ ହୋଇଛି । ଏହି ଅବସରରେ ଜଗଦଲପୁର ଗ୍ରାମର ୧୦ ଜଣ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ସତ୍କାର କରାଯିବା ସହ କମ୍ବଳ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.