Home ଜଗତସିଂହପୁର ନବ ବିବାହିତା କନ୍ୟାକୁ ଶାଶୁଘର ଲୋକ ନିର୍ଯାତନା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ

ନବ ବିବାହିତା କନ୍ୟାକୁ ଶାଶୁଘର ଲୋକ ନିର୍ଯାତନା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ

138

ତିର୍ତ୍ତୋଲ୦୩/୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅଞ୍ଚଳରେ ନବ ବିବାହିତା କନ୍ୟାକୁ ଶାଶୁ ଘର ଲୋକ ନିର୍ଯ୍ୟାତନା ଦେଉଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର ବଟକୃ୍‌ଷ୍ଣ ନାୟକଙ୍କ ଝିଅ ମଧୁସ୍ୱିତା ନାୟକ ଗତ ଫେବୃଆରୀ ମାସ ୧୬.୦୨.୨୦୨୦ ରିଖ ଦିନ ଏହି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଦୋନ୍ଦୁଅ ଗ୍ରାମର ରମେଶ ଚନ୍ଦ୍ର ନାୟକଙ୍କ ପୁଅ ରୋହିତାଶ୍ୱ ନାୟକଙ୍କ ସହିତ ଯଥା ବିଧି ଅନୁଯାଇ ବିବାହ ହୋଇଥିଲା।

ବିବାହର ୪ତୁର୍ଥ ଦିନ ମଧୁସ୍ମିତାଙ୍କ ସ୍ୱାମୀ ରୋହିତାଶ୍ୱଙ୍କୁ ପରିବାର ଲୋକେ କୁଆଡ଼େ ଫେରାର କରିଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ବିବାହ ସମୟରେ କନ୍ୟା ପକ୍ଷରୁ ବର ପକ୍ଷର ଦାବି ମୁତାବକ ସମସ୍ତ ଯାନି ଯୌତୁକ ଦିଆଯାଇଥିଲା। ପରିବାର ଲୋକେ କନ୍ୟାପକ୍ଷକୁ ଏକ ମଟର ସାଇକେଲ ପାଇଁ ଯିଦି କରି ପୁଅକୁ ଫେରାର କରାଇଥିବା ଅଭିଯୋଗ କରାଯାଇଛି। ଏକ ମଟର ସାଇକେଲ ପାଇଁ ଶାଶୁଘର ଲୋକେ ନବବିବାହିତା କନ୍ୟାକୁ ନିର୍ଯ୍ୟାତନ ଦେବା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଏକ ମଟର ସାଇକେଲ ପାଇଁ ସ୍ୱାମୀ ରୋହିତାଶ୍ୱ ଫେରାର ହୋଇଯାଇଛି ନା ଆଉ କିଛି କାରଣ ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ। ଝିଅର ବାପା ବଟକୃଷ୍ଣ ନାୟକ ଗତମାସ ୨୪ ତାରିଖ ଦିନ ତିର୍ତ୍ତୋଲ ଥାନାରେ ତାଙ୍କ ଝିଅକୁ ଶାଶୁଘର ପକ୍ଷରୁ ନିର୍ଯ୍ୟାତନ ହେଉଥିବା ଓ ଶାଶୁ ଘରୁ ଝିଅକୁ ଉଦ୍ଧାର କରିବାପାଇଁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ ରମେଶ ଚନ୍ଦ୍ର ନାୟକ, ଅକ୍ଷୟ ନାୟକ, ରୋହିତାଶ୍ୱ ନାୟକଙ୍କ ନାମ ଦର୍ଶାଯାଇଛି।

ଅଭିଯୋଗ ପାଇବାପରେ ତିର୍ତ୍ତୋଲ ପୋଲିସ ପକ୍ଷରୁ ଝିଅକୁ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେବୋଲି ପ୍ରତିଶୃତି ଦେଇଥିଲେ। ଘଟଣାର ୧୬ ଦିନ ପରେ ତିର୍ତ୍ତୋଲ ପୋଲିସ ପକ୍ଷରୁ କୌଣସି ପଦକ୍ଷେ ନେଇନଥିବା ନେଇ କ୍ଷୋଭ ପ୍ରକାଶ କରିବା ସହିତ ତାଙ୍କ ଝିଅ ମଧୁସ୍ମିତାଙ୍କୁ ନ୍ୟାୟ ପ୍ରଦାନ କରିବାପାଇଁ ଦାବି କରିଛନ୍ତି। ତିର୍ତ୍ତୋଲ ପୋଲିସ ପକ୍ଷରୁ ଘଟଣାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଇଛି ଓ ତୁରନ୍ତ ଏହାର ସମାଧାନ କରାଯିବବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.