Home ଜଗତସିଂହପୁର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

111

ତିର୍ତ୍ତୋଲ୦୩/୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତ ବଉଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ପୁଷ୍ପଲତା ସାହାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ସହକାରୀ ମଣ୍ଡଳ ଅଧିକାରୀ ବାସନ୍ତି ସେଠୀ, ପ୍ରସନ୍ନ କର, ପ୍ରାକ୍ତନ ଶିକ୍ଷକ ନିରଞ୍ଜନ ଖଟୁଆ. ଶିକ୍ଷକ ନେତା ଗୌରାଙ୍ଗ ଚରଶ ଦାଶ, ପ୍ରଶାନ୍ତ କୁମାର ସ୍ୱାଇଁ, ସୁଶାନ୍ତ ବେହେରା, ଚଛିନ୍ଦ୍ର ସାହୁ, ତାପସ ମହାନ୍ତି, ଧିରେନ ମନ୍ତ୍ରୀ, ଶିକ୍ଷକ ବିଷ୍ଣୁ ପ୍ରସାଦ ସେଠୀ, ସୁଲୋଚନା ବେହେରା, ସରପଞ୍ଚ ସୁନିତା ସାମନ୍ତରାୟ, ରେଣୁବାଳା ତ୍ରିପାଠୀ, ପରିଚାଳନା କମିଟିର ଅଧ୍ୟକ୍ଷା ମାନସି ମଲ୍ଲିକ, ସଭ୍ୟ ରବିନ୍ଦ୍ର ଦାସ, କୃଷ୍ଣୁ ଚନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସମତେ ଗ୍ରାମବାସୀ ବୃନ୍ଦ, ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ଅବସରକାଳୀନ ଶିକ୍ଷୟତ୍ରୀ ଶ୍ରୀମତି ସାହାଣିଙ୍କୁ ଭୂୟଶୀ ପ୍ରଶଂସା କରିଥିଲେ।

ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ମା’ ବୋଲି ସମ୍ବୋନ୍ଧିତ କରୁଥିଲେ। ଅତିଥିମାନେ ଶ୍ରୀମତି ସାହାଣୀଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ବିଦାୟ କାଳୀନ ସମ୍ବର୍ଦ୍ଧନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.