Home ଜଗତସିଂହପୁର ତ୍ରିଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଅଷ୍ଟପ୍ରହର

ତ୍ରିଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଅଷ୍ଟପ୍ରହର

108

ତିର୍ତ୍ତୋଲ ୦୩/୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲ ପଞ୍ଚାୟତ ପୋଷଲ ଗ୍ରାମରେ ତ୍ରିଦିନାତ୍ମକ ବିଶ୍ୱାଶାନ୍ତି ମହାଯଜ୍ଞ ଓ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଅଙ୍ଗୁରାରୋପଣ, କଳସ ଯାତ୍ରା, ଘଟସ୍ଥାପନ, ହୋମଯଜ୍ଞ, ସୂର୍ଯ୍ୟପୂଗା, ଗୋପୂଜା, ଅନ୍ନଯଜ୍ଞ, ପୂର୍ଣ୍ଣାହୁତି ଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ପରେ ଦୁଇଦିନ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ଏହି ଦୁଇଦିନ ବିଶ୍ୱଶନ୍ତି ମହାଯଜ୍ଞ ଓ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଦ୍ୱାରା ସମଗ୍ର ଅଞ୍ଚରେ ଆଧ୍ୟାତ୍ମିକ ପରିବେଶ ସମସ୍ତ ଶ୍ରଦ୍ଧାଳୁ ଯୋଗଦେଇ ଏହି ଯଜ୍ଞରେ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ପରେ ପ୍ରସାଦ ସେବନର ବେବସ୍ଥା କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ କମିଟିର ଶରତ ଚନ୍ଦ୍ର ମଳ୍ଲିକ, ଶିବଚରଣ ସାହୁ, ନିରଞ୍ଜନ ମଲ୍ଲିକ, ଅରକ୍ଷିତ ଦାସ, କିଶୋର କୁମାର ସାହୁ, ରମାକାନ୍ତ ଦାସ, ମନମୋହନ ପରିଡ଼ା, ନିହାର ରଞ୍ଜନ ସାହୁ, ଅନିଲ ଦାସ, ସୁଧାଂଶୁ ସାହୁଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.