Home ଜିଲ୍ଲା ପରିକ୍ରମା ନଦୀରେ ଗାଧୋଉଥିବା ବେଳେ ଜଳସ୍ରୋତରେ ଭାସିଯାଇ ଯୁବକ ନିଖୋଜ

ନଦୀରେ ଗାଧୋଉଥିବା ବେଳେ ଜଳସ୍ରୋତରେ ଭାସିଯାଇ ଯୁବକ ନିଖୋଜ

32

ମାଲକାନଗିରି,୫ା୩ (ଓଡିଆ ପୁଅ ) ଜଣେ ପଡୋଶୀ ଙ୍କ ମୃତ୍ୟୁହେବାପରେ ତାଙ୍କ ଦଶାହ କାର୍ଯ୍ୟରେ ଗ୍ରାମବାସୀଙ୍କ ସହିତ ନଦୀରେ ବୁଡପକାଉ ଥିବା ବେଳେ ପାଣିରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି । ଏପରି ଦୁଃଖଦ ଖବର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ କଳାହାଣ୍ଡିସାହିରେ ଘଟିଛି । ଆଜି ସେହି ସାହିର ଜଣେ ମୃତ ବ୍ୟକ୍ତିଙ୍କର ଦଶାହ କାର୍ଯ୍ୟଥିଲା । କଳାହାଣ୍ଡିଆ ସାହିର ଶୈଳ ଠାକୁର ନାମକ ଯୁବକ ତାଙ୍କ ଦଶାହ କାର୍ଯ୍ୟରେ ଯୋଗଦେଇଥିଲେ । ପରିବାର ଓ ଗ୍ରାମବାସୀଙ୍କ ସହିତ ସେ ନିକଟସ୍ଥ ସିଲେରୁ ନଦୀ ଦୋରାଗୁଡା ଘାଟକୁ ଗାଧୋଇବାକୁ ଯାଇଥିଲେ । ଅନ୍ୟମାନଙ୍କ ସହିତ ଶୈଳ ନଦୀରେ ପସି ଗାଧୋଇବା ସମୟରେ ହଟାତ ତାଙ୍କ ଗୋଡ ପାଣିଭିତରକୁ ଖସି ଯାଇଥିଲା ସେ ନଦୀର ପାଣି ସ୍ରୋତରେ ଭାସି ଯାଇ ବୁଡି ଯାଇଥିଲେ । ସଙ୍ଗେ ସଙ୍ଗେ ନିକଟରେ ଥିବା ଗ୍ରାମବାସୀ ମାନେ ହୁଲି ଡଙ୍ଗାରେ ନଦୀରେ ବହୁତ ଖୋଜା ଖୋଜିକରି ନପାଇବାରୁ ଚିତ୍ରକୋଣ୍ଡୋ ଥାନା ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଆଜି ଅପରାହ୍ନରେ ଘଟଣାସ୍ଥଳରେ ଚିତ୍ରକୋଣ୍ଡା ପୁଲିସ , ତହସିଲଦାର ଟି.ପଦ୍ମନାଭ ଦୋରା,ଓ ଅଗ୍ନିଶମ ଅଧିକାରୀ ମାନେ ପହଁଚି ଖୋଜା ଖୋଜି ଚଳାଇଥିଲେ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଶୈଳ ଙ୍କର କିଛି ପତା ମିଳିନଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.