Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ମହିଳା ଉତ୍ପାଦକ ଗୋଷ୍ଠୀଙ୍କ ପାଇଁ ତାଲିମ ପରିଭ୍ରମଣ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ମହିଳା ଉତ୍ପାଦକ ଗୋଷ୍ଠୀଙ୍କ ପାଇଁ ତାଲିମ ପରିଭ୍ରମଣ

16

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟର ସିଏସ୍‌ଆର୍ ଅଂଶ ଫାଉଣ୍ଡେସନ ପକ୍ଷରୁ ପୋର୍ଟ ପାଶ୍ୱର୍ବର୍ତ୍ତୀ ଦୋସିଙ୍ଗା, ଜାଗୁଳା, କଇଥଖୋଲା, କରଞ୍ଜମାଳ, କରଣପଲ୍ଲୀ ଗ୍ରାମପଞ୍ଚାୟତର ୮ଟି ମହିଳା ଉତ୍ପାଦକ ଗୋଷ୍ଠୀ ସଦସ୍ୟାଙ୍କୁ ଯାଜପୁର ଜିଲ୍ଲାର ଓଡ଼ିଶା ଜୀବିକା ମିଶନ ଦ୍ୱାରା କାର୍ଯ୍ୟକ୍ଷମ ବ୍ଲକକୁ ଏକ୍ସପୋଜର ପରିଭ୍ରମଣରେ ନିଆଯାଇଛି । ମହିଳା ଉତ୍ପାଦକ ଗୋଷ୍ଠୀ ସଦସ୍ୟାମାନଙ୍କୁ ଏକ ବିକଳ୍ପ ଜୀବିକା ସୁଯୋଗ ଭାବରେ ବିଭିନ୍ନ ଆୟ ଉତ୍ପାଦନରେ ନିୟୋଜିତ କରିବା ପାଇଁ ଉତ୍ସାହିତ କରିବା ଏହାର ଉଦ୍ଦେଶ୍ୟ । ମହିଳା ଉତ୍ପାଦକ ଗୋଷ୍ଠୀର ୩୦ ଜଣ ସଦସ୍ୟାଙ୍କୁ ଯାଜପୁର ଜିଲ୍ଲା କୋରେଇ, ଯାଜପୁର ଓ ରସୁଲପୁର ବ୍ଲକର ତାଣ୍ଡ୍ରା, କବୀରପୁର, ନରସିଂହପୁର ଗ୍ରାମକୁ ପରିଭ୍ରମଣ ନିଆଯାଇଥିଲା । ସଦସ୍ୟାମାନେ ଓଡ଼ିଶା ଜୀବିକା ମିଶନ, ଓରମାସ୍ ଓ ନାବାର୍ଡ ସହାୟତାରେ ମା’ ହିଙ୍ଗୁଳା ଓ ମା’ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଛତୁ ଚାଷ, ମହୁମାଛି ପାଳନ, ଫିନାଇଲ ପ୍ରସ୍ତୁତ ୟୁନିଟ୍‌, ଆଚାର, ବଡ଼ି ଓ ମସଲା ପ୍ରସ୍ତୁତ ୟୁନିଟ୍‌, ଜୈବ କମ୍ପୋଷ୍ଟ ୟୁନିଟ୍ ଆଦି ବୁଲି ଦେଖିଥିଲେ । ସଦସ୍ୟାମାନେ ଓଡ଼ିଶା ଜୀବିକା ମିଶନ ବ୍ଲକ ଅଧିକାରୀ ଏବଂ ପ୍ରଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ, ଯାହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ । ଧାମରା ପୋର୍ଟ ପାରିପାଶ୍ୱର୍ିକ ଗ୍ରାମଗୁଡ଼ିକରେ ଏହି ଆୟ ଉତ୍ପାଦନ କାର୍ଯ୍ୟପନ୍ଥାକୁ କାର୍ଯ୍ୟକାରୀ କରିବାର ପରିସର ଏବଂ ଉପାୟ ବିଷୟରେ ସେମାନେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ । ଏହି ପରିଭ୍ରମଣ ମହିଳାମାନଙ୍କୁ ନିଷ୍ପତ୍ତିି ନେବାରେ ଆତ୍ମବିଶ୍ୱାସ ବଢାଇଛି । କେବଳ ଯେ, ପରିବାର ପାଇଁ ବିଭିନ୍ନ ସହାୟକ ଆୟ ଉତ୍ପାଦନ କାର୍ଯ୍ୟପନ୍ଥାରେ ଯୋଗଦାନ ନୁହେଁ, ବରଂ ପରିବାର ତଥା ଗୋଷ୍ଠୀ ସ୍ତରରେ ନିଷ୍ପତ୍ତି ନେବାରେ ମହିଳାମାନେ ମଧ୍ୟ ସାମିଲ ହୋଇଛନ୍ତି ବୋଲି ମା’ ଧାମରାଇ ମହିଳା ଉତ୍ପାଦକ ଗୋଷ୍ଠୀ ଉଦ୍ୟୋଗୀ ମିତ୍ର ରେଣୁକା ବାଳା ଭୂୟାଁ କହିଛନ୍ତି । ଯାଜପୁର ଜିଲ୍ଲା ଓଡ଼ିଶା ଜୀବିକା ମିଶନର ପ୍ରୋଜେକ୍ଟ ମ୍ୟାନେଜର ଓ ତାଙ୍କ ଟିମ୍‌ଙ୍କ ସମନ୍ୱୟ ଓ ସମର୍ଥନରେ ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.