Home ଜିଲ୍ଲା ପରିକ୍ରମା ମାଓବାଦୀଙ୍କ ଜୁଲମ ଭୟରେ ଭିଟାମାଟି ଛାଡିଲେ ଆଦିବାସୀ ପରିବାର

ମାଓବାଦୀଙ୍କ ଜୁଲମ ଭୟରେ ଭିଟାମାଟି ଛାଡିଲେ ଆଦିବାସୀ ପରିବାର

236

ମାଲକାନଗିରି, ୧୫।୧(ଓଡିଆ ପୁଅ ) କିଛିଦିନ ନିରବତା ରହିବାପରେ ପୁଣି ମାତି ଉଠିଛନ୍ତି ମାଓବାଦୀ, ପୁଲିସ ସୂଚନାଦାତା କହି ଗୋଟିଏ ଆଦିବାସୀ ପରିବାରଙ୍କୁ ମାଡମାରି ଗାଁରୁ ବିତାଡିତ କରିଛନ୍ତି ମାଓବାଦୀ। ଏ ପରି ଅଭାବନୀୟ ଘଟଣାଘଟିଛି ମାଥିଲି ଥାନାସ୍ଥ ମାଓପ୍ରବଣ ତୁଳସି ପାହଡ କଟୁଆପଦର ଗ୍ରାମରେ। କଟୁଆପଦର ଗ୍ରାମର ଗଙ୍ଗା ମାଡକାମି ଜଣେ ଗରିବ ଅଦିବାସୀ ଯୁବକ ସେ ପାହଡତଳ ମହୁପଦର ପଚାଂୟତ କୁ ଆସି କୁଲିବୃତି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଗାଁ ଛାଡି କାହିଁକି ସେ ମହୁପଦରକୁ ଯାଉଛି, ସେ ପୁଲିସ ସୂଚନାଦାତା ହୋଇ ଥାଇପାରେ ବୋଲି ସନ୍ଦେହକରି ମାଓବାଦୀ ମାନେ ଗଙ୍ଗା କୁ ପ୍ରଜାକୋର୍ଟରେ ହାଜର କରି ମାଡମାରିବା ସହିତ ତୁରନ୍ତ ଗାଁ ଛାଡିପଳାଇ ନ ଗଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀ ମାନେ ଗତକିଛି ଦିନହେଲା ଧମକ ଦେଇଆସୁଥିଲେ, ବାରମ୍ବାର ମାଓବାଦୀଙ୍କ ଜୁଲମ ସହି ନପାରି ମାଓବାଦୀଙ୍କ ଭୟରେ ବାଧ୍ୟହୋଇ ଗଙ୍ଗା ନିଜଭିଟା ମାଟି ଛାଡି ନିଜପିଲା ଛୁଆ ଧରି ଧାକଡରାଶି ଗ୍ରାମରେ ଆଶ୍ରୟ ନେଇଥିବାର ଡଣାପଡିଛି।

ଶୀତରେ ବହୁକଷ୍ଟରେ ପରଘରେ ପିଲାଛୁଆଙ୍କୁ ଧରି ଗଙ୍ଗା ଆଶ୍ରୟ ନେଇଥିଲେ ମଧ୍ୟ ବ୍ଲକପକ୍ଷରୁ ତାଙ୍କ ପରିବାରଙ୍କୁ କିଛି ସାହାଯ୍ୟ କରାଯାଇ ନଥିବାର ଗଙ୍ଗା କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.