Home ଜିଲ୍ଲା ପରିକ୍ରମା ଧାମରା : କାଗଜ କଲମରେ ସୀମିତ ନୂତନ ଲୁଣା ଜଙ୍ଗଲ, ଓଡିଶାରେ ୨୫୬ ହେକ୍ଟର ଅଂଚଳରେ...

ଧାମରା : କାଗଜ କଲମରେ ସୀମିତ ନୂତନ ଲୁଣା ଜଙ୍ଗଲ, ଓଡିଶାରେ ୨୫୬ ହେକ୍ଟର ଅଂଚଳରେ ନୂତନ ଲୁଣା ଜଙ୍ଗଲ ସୃଷ୍ଟି ନେଇ ପ୍ରଶ୍ନବାଚୀ

2
oppo_0

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ନୂତନ ଲୁଣା ଜଙ୍ଗଲ ସୃଷ୍ଟି ହେବ ତାହା ପୁଣି ଉପକୂଳ ବର୍ତୀ ଜିଲ୍ଲାରେ ଏବଂ ୨୫୬ହେକ୍ଟର ଜମିରେ ଏହି ଲୁଣାଜଙ୍ଗଲ ସୃଷ୍ଟି କରାଯାଇ ବିପର୍ଯ୍ୟୟ ପରିସ୍ଥିତିକୁ ମୁକାବିଲା କରିବା ନେଇ ଆକଳନ ହୋଇଥିବା ବେଳେ ଦୀର୍ଘ ୧ବର୍ଷ ହେବ ଏହି ଆକଳନ ଫାଇଲ ତଳେ ରହିଯାଇଛି ବୋଲି ଚର୍ଚା ଚାଲିଛି। ପ୍ରାପ୍ତ ଖବର ଅନୁଯାଇ ରାଜ୍ୟର ୭ ଉପକୂଳବର୍ତୀ ଜିଲ୍ଲା ଥିବା ବେଳେ ୫ଟି ଜିଲ୍ଲାରେ ଏହି ଲୁଣା ଜଙ୍ଗଲ ସୃଷ୍ଟି କରାଯିବା ବୋଲି ସ୍ତିରୀକୃତ ହୋଇଥିଲା। ଏଥିସହ ଏହି ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ୨ହଜାର ୫କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର ଦୀର୍ଘ ୧ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଖବର ବନବିଭାଗ ପାଖରେ ନାହିଁ। ୨୦୨୩ ଆକଳନ ଅନୁଯାଇ ଦୁଇ ବର୍ଷ ମଧ୍ୟରେ ଏହି ହେନ୍ତାଳ ବଣ ସମୁଦାୟ ୧.୫୫ ବର୍ଗ କି.ମି ବୃଦ୍ଧି ପାଇ ରାଜ୍ୟରେ ୨୫୯.୦୬ବର୍ଗ କି.ମି ଲୁଣା ଜଙ୍ଗଲ ସୃଷ୍ଟି ହୋଇଛି।ଏଥି ମଧ୍ୟରୁ ଭଦ୍ରକ ଜିଲ୍ଲାରେ ୩୨.୩୯ ବର୍ଗ କି.ମି । ବାତ୍ୟା ପ୍ରଭାବ ହ୍ରାସ ପାଇଁ ଏହି ଲୁଣା ଜଙ୍ଗଲ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ଚାରା ରୋପଣ କରାଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷ ରେ ୨୫୬ ହେକ୍ଟର ଜମିରେ ଲୁଣା ଜଙ୍ଗଲ ସୃଷ୍ଟି କରାଯିବା ବୋଲି ଆକଳନ କରାଯାଇଥିବା ବେଳେ ଭଦ୍ରକ ଡିଏଫଓଙ୍କ ଅଧିନରେ ଥିବା ବାସୁଦେବପୁର ରେଞ୍ଜରେ୪୦ହେକ୍ଟର ଜମିରେ ହେନ୍ତାଳ ବୃକ୍ଷ ରୋପଣ କରାଯାଇଥିବା ବେଳେ ଧାମରା ବନପାଳଙ୍କ ଅଧିନରେ ଥିବା ଜମିରେ ରେ ହୋଇ ନଥିଲା। ତେଣୁ କେଉଁ ପରିସ୍ଥିତିରେ ହେନ୍ତାଳ ବଣ ସୃଷ୍ଟି କରିବାକୁ ଲକ୍ଷ୍ୟ ନେଇ ଏବଂ ଏହାକୁ ୩ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ପ୍ରକାଶ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଗଲା ନାହିଁ ତାହାକୁ ନେଇ ଚର୍ଚା ଚାଲିଛି। ଅନ୍ୟ ପକ୍ଷରେ ଚାନ୍ଦବାଲି ପିସିସିଏଫ ସୁମିତ ମହାନ୍ତି ଏହି ବିଷୟରେ ଅବଗତ ନଥିବା କଥା କହିଥିଲେ। ଅନ୍ୟ ପକ୍ଷରେ ଏହି ନୁଥନ ଜଙ୍ଗଲ ବିଷୟରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ଅବଗତ ଅଛନ୍ତି ଖୁବ ଶୀଘ୍ର ଏହାର ସର୍ଭେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ସରକାର ନୂତନ ବନୀବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ପ୍ରାକୃତିକ ଉପାୟରେ ଧାମରାରେ ସୃଷ୍ଟି ହୋଇଥିବା ଜଙ୍ଗଲ ଦୀର୍ଘ ୨୦ବର୍ଷ ମଧ୍ୟରେ ସର୍ଭେ ହୋଇ ପାରିଲା ନାହିଁ। ଧାମରା କାଳିନାଳୀ ଠାରେ ୨୦୦୦-୦୫ ମସିହାରେ ଏକ ନୂତନ ଚଢା ସୃଷ୍ଟି ହେବା ସହ ଏହାର ଦୈଘ୍ୟ (ଆନୁମାନିକ) ୧.୭ କି.ମି ହୋଇଥିବା ବେଳେ ପ୍ରସ୍ଥ ୦.୭୫୦କି.ମି। ଏହାର ଆକାର ଆନୁମାନିକ ୩୨ଏକରରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି। ମାତ୍ର ଦୁଃଖ ଏବଂ କ୍ଷୋଭର ବିଷୟ ଯେଉଁ ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି ହୋଇଥାଏ ସେହି ଅଂଚଳକୁ ପ୍ରଥମେ ସଂପୃକ୍ତ ତହସିଲ ସର୍ଭେ କରିବା ପରେ ସେକ୍ସନ ୪ ନିୟମାନୁଯାଇ ଏହାକୁ ବନବିଭାଗକୁ ହସ୍ତାନ୍ତରିତ କରାଯାଇଥାଏ। ପରେ ବନବିଭାଗ ପୁନଃ ଏହାକୁ ସର୍ଭେ କରିବା ସହ ଏହାର ରକ୍ଷାଣା ବେକ୍ଷଣ କାର୍ଯ୍ୟ ହାତକୁ ନେଇ ଥାନ୍ତି। ମାତ୍ର ଦୀର୍ଘ ୨୦ବର୍ଷ ମଧ୍ୟରେ ଏହି ଲୁଣା ଜଙ୍ଗଲ ଆଜି ପର୍ଯ୍ୟନ୍ତ ଚାନ୍ଦବାଲି ତହସିଲଦାର ଅଥବା ଭଦ୍ରକ ଡିଏଫଓଙ୍କ ଦ୍ୱାରା ସର୍ଭେ ନ ହୋଇ ରହି ଯାଇଛି ଫଳରେ କାଠ ଚୋର ମାନଙ୍କ ପାଇଁ ଏହା ଭୂସ୍ୱର୍ଗ ପାଲଟିଛି। ଏହି ଲୁଣା ଜଙ୍ଗଲରୁ ଅନବରତ ଭାବେ ବନୀ ଗଛ କୁ କାଟି ଆଣି ଧାମରା ଅଂଚଳରେ ବିକ୍ରି କରାଯାଉଛି ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ କାରଣ ଏହାର ମାଲିକାନାସତ୍ୱ କାହାର। ତୁରନ୍ତ ସର୍ଭେ ହୋଇ ନଥିବା ଜଙ୍ଗଲ କୁ ସର୍ଭେ କରି ବନବିଭାଗ ଏହି ହେନ୍ତାଳ ବଣକୁ ଦୃଷ୍ଟି ଦେଲେ ଭଦ୍ରକ ଜିଲ୍ଲାରେ ଥିବା ଲୁଣା ଜଙ୍ଗଲ ର ଆକାର ଦ୍ୱିଗୁଣିତ ହୋଇ ପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.