ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଧାମରା ଅଂଚଳରୁ ଜଣେ ମହିଳାଙ୍କୁ ଅପହରଣ କରିନେଇ, ଜାମୁଝାଡିରେ ଫିଙ୍ଗିଦେଲେ ମାତ୍ର ପୁଲିସ ପାଖରେ ଏହାର ଖବର ନାହିଁ। ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ଥାନା କରଞ୍ଜମାଳ ପଂଚାୟତ ଶଶିକାଦେଇପୁର ଗ୍ରାମର ଜଗବନ୍ଧୁଙ୍କ ଝିଅ (ଝୁମୁକା)ଭଦ୍ରକ ଚରମ୍ପା ଅଂଚଳରେ ବିବାହ ହୋଇଥିଲା। ମାତ୍ର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁ ସଂପୃକ୍ତ ମହିଳା ଜଣକ ନିଜର ୨ଛୁଆ ଙ୍କ ସହ ଆସି ନିଜ ବାପଘରେ ରହୁଥିଲେ। ଗତ ସୋମବାର ସନ୍ଧ୍ୟାରେ କିଛି ଦୁର୍ବୁର୍ତ ଆସି ଝୁମୁକାଙ୍କୁ କିଛି ନିଶା ଦ୍ରବ୍ୟ ଶୁଙ୍ଘାଇ ଅଚେତ କରି ଜୋର ଜବରଦସ୍ତ ଉଠାଇ ନେଇ ଏକ କାର ଯୋଗେ ପଳାଇ ଯାଇଥିଲେ। ଦୁଇ ଦିନ କେଉଁଠି ନିଶାସକ୍ତ ରଖିବା ପରେ ବୁଧବାର ଦିନ ଝୁମୁକାକୁ ଭଦ୍ରକ ଅଭିମୁଖେ ନେଇ ଯାଉଥିବା ବେଳେ ଜାମୁଝାଡି ଠାରେ ରାସ୍ତା ପାଖରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ପରେ ସେହି ଅଂଚଳର ଜଣେ ବୃଦ୍ଧ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ନିଜ ଘରକୁ ନେଇ ଯାଇଥିଲେ ଏବଂ ସଂପୃକ୍ତ ବୃଦ୍ଧ ନିଜର ପରିବାରର ସହାୟତାରେ ଝୁମୁକାକୁ ଏକ ବସ ଯୋଗେ ଜାମୁଝାଡିରୁ ଶଶିକାଦେଇପୁରକୁ ପଠାଇଥିଲେ। ବୁଧବାର ସନ୍ଧ୍ୟା ରେ ଝୁମୁକା ଘରେ ପହଂଚିବା ପରେ ନିଜ ପରିବାର ଲୋକଙ୍କୁ ନେଇ ବାଂଶଡା ଥାନା କୁ ଅଭିଯୋଗ କରିବାକୁ ଯାଉଥିବା ବେଳେ ସେହି ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଝୁମୁକା ଏବଂ ତାଙ୍କ ବାପା ଜଗବନ୍ଧୁଙ୍କୁ ଏହି ବିଷୟରେ ଥାନାରେ କୌଣସି ଅଭିଯୋଗ ନକରିବା କୁ ଧମକ ଦେବା ସହ ଥାନାକୁ ଯିବାକୁ ଦେଇ ନଥିଲେ। ଏହି ଘଟଣା ଘଟିବା ପରେ ଶଶିକାଦେଇ ପୁର ଅଂଚଳର କିଛି ବ୍ୟକ୍ତି ବାଂଶଡା ଥାନାଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ। ମାତ୍ର ଦୀର୍ଘ ୩ଦିନ ବିତିଯାଇଥିଲେ ମଧ୍ୟ ଖବର ପାଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାଯାଇଛି । ସଂପୃକ୍ତ ମହିଳା (ଝୁମୁକା) ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଥିବା ବେଳେ ବାଂଶଡା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ତୁରନ୍ତ ସଂପୃକ୍ତ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।
Home ଜିଲ୍ଲା ପରିକ୍ରମା ଧାମରାରେ ମହିଳାଙ୍କୁ ଅପହରଣ, ଜାମୁଝାଡିରେ ଅଚେତ ଅବସ୍ଥାରେ ଫିଙ୍ଗିଦେଲେ, ୩ଦିନ ପରେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନ...








