Home ଜିଲ୍ଲା ପରିକ୍ରମା ଧାମରାରେ ଭାରତ ବନ୍ଦକୁ ଅଦ୍ଭୁତପୂର୍ବ ସମର୍ଥନ

ଧାମରାରେ ଭାରତ ବନ୍ଦକୁ ଅଦ୍ଭୁତପୂର୍ବ ସମର୍ଥନ

14

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୋଦି ସରକାର ଆଣିଥିବା ଚାଷୀ ବିରୋଧୀକୁ ୩ଟିକୃଷି ଆଇନ ଗୁଡିକୁ ବାତିଲ କରିବା କୃଷିଯାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ସରକାରୀ ମାନ୍ୟତା ,ଅତ୍ୟାବଶକୀୟ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ କୁ ବାତିଲ କରିବା ଦାବୀରେ ସଂଯୁକ୍ତ କିଷାନ ମୋର୍ଚା ଓ ଅଖିଳ ଭାରତ କୃଷକ ସଂଘ ସହ ସମନ୍ନୟ ସମିତି ପକ୍ଷରୁ ଧାମରା ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ କର୍ମୀ ମାନେ ଧାରଣାରେ ବସି ରହି ପିକେଟିଂ କରିଥିଲେ । ଧାମରା ବଜାର ,କଇଥଖୋଲା ବଜାର,ଦୋସିଙ୍ଗା ବଜାର ଆଦି ବନ୍ଦ ରହିଥିଲା । ଏହି ବନ୍ଦ ଆନ୍ଦୋଳନରେ ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ ନେତା ବିକାଶ ନାଥ, କୃଷକ ମୋର୍ଚାର ଅନ୍ୟତମ ନେତା ମଳୟ ଭୋଇ ସିଆଟିୟୁ ନେତା କାର୍ତିକ ଖିଲାର ଶ୍ରମିକ ନେତା ତାରାକାନ୍ତ ସେଠୀ, କାଳନ୍ଦୀ ଜ୍ୟୋତି, ଶଙ୍କର୍ଷଣ ବିଶ୍ୱାଳ ପ୍ରମୁଖ ନେତୃତ୍ୱ ନେଇଥିଲେ ।ଧାମରାର କିଛି ସ୍ଥାନରେ ବ୍ୟବସାୟୀ ମାନେ ସ୍ୱତସ୍ପୃତ ଭାବେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଥିଲେ । ଏହି ବନ୍ଦକୁ ଧାମରା ଅଂଚଳରେ ଅଦ୍ଭୁତପୂର୍ବ ସମର୍ଥନ ମିଳିଥିବାରୁ ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଧାମରା ବାସୀଙ୍କୁ ଧନ୍ୟବାଦ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.