Home ଜିଲ୍ଲା ପରିକ୍ରମା ଧାମରାରେ ପ୍ରକୃତି ମିତ୍ର ଶରତଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ

ଧାମରାରେ ପ୍ରକୃତି ମିତ୍ର ଶରତଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ

13

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ଜୁନ ୫ତାରିଖରେ ପରିବେଶ ସୁରକ୍ଷା ଓ ପ୍ରକୃତିକୁ ସବୁଜିମା ରଖିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଏହି ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଏହି ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରକୃତି ମିତ୍ର ଏବଂ ପ୍ରକୃତି ବନ୍ଧୁ ପୁରସ୍କାର ରେ ପୁରସ୍କୃତ ଶରତ ଦଳେଇ ଚାନ୍ଦବାଲି ତହସିଲ ଅ‘ିସ ପ୍ରାଙ୍ଗଣ ଏବଂ ଧାମରା ଆର ଆଇ ଅଫିସ ପରିସରରେ ବୃକ୍ଷ ରୋପଣ କରି ସାଧାରଣ ଜନତାଙ୍କ ମଧ୍ୟରେ ପରିବେଶକୁ ସନ୍ତୁଳିତ କରିବାର ଆହ୍ୱାନ ଦେଇ ସେ ଏହିୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଂପାଦିତ କରିଥିଲେ। ହୋଇଥିବା ଏହି ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଚନ୍ଦନ କୁମାର ବେହେରା, ବିଜୟ କୁମାର ମହାଳିକ, ସତ୍ୟରଞ୍ଜନ ମଲିକ, ପ୍ରଭାକର ଦାସ, ସନ୍ତୋଷ କୁମାର ପାତ୍ର, ସୋନାଲି ଦଳେଇ, ସମୃଦ୍ଧି ଦଳେଇ, ସନ୍ତୋଷୀ ଦଳେଇ, ଅନନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ରହିବା ସହ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରି ସେମାନଙ୍କର ପରିସରକୁ ସର୍ବଦା ବୃକ୍ଷରାଜିରେ ପରିପୂର୍ଣ୍ଣ କରିବା ଏବଂ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.