Home ଜିଲ୍ଲା ପରିକ୍ରମା ଧାମରାରେ କନିକା ରାଜ ପରିବାର ଜମିକୁ ନେଇ ଚାଲିଛି ଦ୍ୱନ୍ଦ, ରାଜାଙ୍କ ଗୁଣ୍ଡା ଚାଷୀଙ୍କୁ ଜୀବନରୁ...

ଧାମରାରେ କନିକା ରାଜ ପରିବାର ଜମିକୁ ନେଇ ଚାଲିଛି ଦ୍ୱନ୍ଦ, ରାଜାଙ୍କ ଗୁଣ୍ଡା ଚାଷୀଙ୍କୁ ଜୀବନରୁ ମାରିଦେଇ ନେଉଛନ୍ତି ଫାଇଦା

0

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଧାମରା ଅଂଚଳରେ କନିକା ରାଜ ପରିବାର ର ଶହ ଶହ ଏକର ଜମି ଥିବା ସତ୍ୱେ ଏହି ଜମି କାହାର ହେବ ସେ ନେଇ ଚାଲିଛି ବାଦାନୁବାଦ। ପ୍ରାପ୍ତ ଖବରରୁ ଜଣାଯାଇଛି ରାଜା ଶାସନ ଥିବା ସମୟରେ ତତକାଳିନ କନିକା ରାଜା ନିଜ ଇଲାକାରେ ଶହ ଶହ ଏକର ଜମିର ମାଲିକ ଥିଲେ। କାଳକ୍ରମେ ସେହି ସମସ୍ତ ଅଂଚଳର ଜମିକୁ ସେହି ଅଂଚଳର ଭାଗଚାଷୀଙ୍କୁ ଚାଷ କରିବାକୁ ଅନୁମତିଦେବା ସହ ଏହି ଜମିରୁ ଆଦାୟ ଖଜଣାରେ ସେହି ଅଂଚଳରେ ରାଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଦେବାଦେବୀ କୁ ପୂଜା କରିବା ପାଇଁ ମଧ୍ୟ ଆଦେଶ ଦେଇଥିଲେ। ସୂଚନା ଅନୁଯାଇ ଧାମରା, କଇଥଖୋଲା, ବାଂଶଡା, କରଞ୍ଜମାଳ ,ପଂଚୁଟିକ୍ରି ରାଜସ୍ୱ ସର୍କଲରେ ୧୫ଶହ ଏକରରୁ ଅଧିକ ଜମି କନିକା ରାଜାଙ୍କ ନାମରେ ଥିଲା। କାଳକ୍ରମେ ରାଜା ଏକ ଦେବୋତର ସଂସ୍ଥା ପଞ୍ଜିକରଣ କରି ଏହି ଅଂଚଳରେ ଥିବା ସମସ୍ତ ଜମିର ମାଲିକାନାସତ୍ୱ ସଂପୃକ୍ତ ଦେବୋତର ସଂସ୍ଥା ନାମରେ ନାମିତ କରିଦେଲେ। କନିକା ରାଜା ଏହି ସମସ୍ତ ଜମିରୁ ଖଜଣା ଆଦାୟ କରିବା ପାଇଁ ସେହି ଅଂଚଳର ଜଣେ ଜଣେ ମଧ୍ୟସ୍ଥି ମାନଙ୍କୁ ନିୟୋଜିତ କରିଥିଲେ। ସଂପୃକ୍ତ ମଧ୍ୟସ୍ଥି ମାନେ କନିକା ରାଜ ପରିବାର ଜମିକୁ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଚାଷୀ ମାନଙ୍କ ନିକଟରୁ କର/ଖଜଣା ଆଣି ସରକାରଙ୍କୁ ଦେବା ସହ ନିଜର ମୁନାଫା ହାସଲ କରିବା ପରେ ଅବଶିଷ୍ଟ ରାଶି କନିକା ରାଜ ପରିବାରକୁ ପ୍ରଦାନ କରିଥାନ୍ତି। ମାତ୍ର ସଂପୃକ୍ତ ଭାଗଚାଷୀ ରାଜ ପରିବାର ର ଚାଷ ଜମିକୁ ଭାଗଚାଷ କରିବା ସହ ଏହି ଜମିକୁ ନିଜ ନାମରେ ନାମିତ କରିବାକୁ ପ୍ରୟାଶ ଆରମ୍ଭ କଲେ ଏବଂ ନିଜ ନିଜର ଦାବୀ ମଧ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପାଖରେ ଜାହିରୀ କଲେ। ମାତ୍ର ୧୯୭୭-୭୮ ମସିହାରେ ସଂପୃକ୍ତ ଭାଗଚାଷୀ ମାନେ ବନ୍ଦୋବସ୍ତ ଆଇନ ଅନୁଯାଇ କନିକା ରାଜ ପରିବାରର ଚାଷ ଜମିକୁ ନିଜ ନାମରେ ନାମିତ କରିବାରେ ସମ୍ଭବ ହୋଇ ପାରି ନଥିଲେ। କନିକା ରାଜ ପରିବାର ପକ୍ଷରୁ ମଧ୍ୟସ୍ଥି କରୁଥିବା ବ୍ୟକ୍ତି ବିଶେଷ ସମୟକ୍ରମେ ଏହି ଭାଗଚାଷୀଙ୍କୁ କନିକା ରାଜାଙ୍କ ଜମିରୁ ଉଚ୍ଛେଦ କରିବାକୁ ଧମକ ଚମକ ଦେବା ଆରମ୍ଭ କଲେ। ଫଳ ସ୍ୱରୂପ ୨୦୨୫ ମାର୍ଚ ମାସରେ କନିକା ରାଜାଙ୍କ ପିଆଦା ଶଙ୍କର ଜେନା ଧାମରା ଜୟଦୁର୍ଗାପାଟଣା ଗ୍ରାମର ଜଣେ ଭାଗଚାଷୀ ଅମର ମାଇତିକୁ ବାଡେଇ ବାଡେଇ ମାରିଦେଲେ। ଏହି କେସରେ ସଂପୃକ୍ତ ବ୍ୟକ୍ତି ଜଣକ ଗିରଫ ହେବା ପରେ ଆସି ମାରିଦେଇଥିବା ବ୍ୟକ୍ତି ବିଶେଷ ଙ୍କ ପରିବାର ସହ ଆପୋଷ ସମାଧାନ କରିବା ପାଇଁ ଯୋଜନା ଚଳାଇଛନ୍ତି। ମାତ୍ର ମୃତକ ଅମର ମାଇତିଙ୍କ ପରିବାର କନିକା ରାଜ ପରିବାରରୁ କ୍ଷତିପୂରଣ ନପାଇବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ସମାଧାନ କରିବାକୁ ଅନିଛୁକ। ଦୀର୍ଘ ଦିନ ପରେ କନିକା ରାଜା ପୁନଶ୍ଚ ଆଉ ଜଣେ ଗୁଣ୍ଡା ଶ୍ରେଣୀୟ ଲୋକକୁ ନିଯୁକ୍ତି ଦେଇ ଖଜଣା ଆଦାୟ କରିବାରେ ବ୍ୟସ୍ତ ।ମାତ୍ର କନିକା ରାଜାଙ୍କ ଗୁମାସ୍ତା ବହୁ ଅଂଚଳରେ ଭାଗଚାଷୀ ମାନଙ୍କୁ ଧମକ ଚମକ ଦେଇ ନିଜର ଫାଇଦା ହାସଲ ପାଇଁ ଏହି ଭାଗଚାଷ ଜମିକୁ ବିକ୍ରି କରି ଚାଲିଛନ୍ତି। ଧାମରା ଅଂଚଳର ଶାସକ ଦଳ ଏବଂ ବିରୋଧୀ ଦଳର ବହୁ ଲୋକ କନିକା ରାଜ ପରିବାର ଜମିକୁ ଭାଗଚାଷ ଆଳରେ ଜବର ଦଖଲ କରି ବିକ୍ରି ମଧ୍ୟ କରି ଦେଉଛନ୍ତି ବୋଲି ଅଭିଯୋଗ ଆସିଥିବା ବେଳେ କନିକା ରାଜାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତୁରନ୍ତ ସରକାରଙ୍କ ଦେବୋତର କମିଶନର ଏଥିପ୍ରତି ଯତ୍ନବାନ ହେବା ଜରୁରୀ ହୋଇ ପଡିଛି ନଚେତ ଆଗାମୀ ଦିନରେ କନିକା ରାଜ ପରିବାରର ଚାଷ ଜମିକୁ ଭାଗ ଚାଷ କରୁଥିବା ଭାଗଚାଷୀ କେତେବେଳେ କନିକାର ରାଜାଙ୍କ ଗୁଣ୍ଡାଙ୍କ ଆକ୍ରୋଶର ଶିକାର ହେବେ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.