Home ଜିଲ୍ଲା ପରିକ୍ରମା ଧାମନଗର: ହବିବିନଗର ପାଲଟିଛି ନିଶା ବେପାରି ଓ ଡ଼କାୟତଙ୍କର ପେଣ୍ଠସ୍ଥଳ, ଧାମନଗରରୁ- ଯାଜପୁରକୁ ଲମ୍ବିଛି ଚେର

ଧାମନଗର: ହବିବିନଗର ପାଲଟିଛି ନିଶା ବେପାରି ଓ ଡ଼କାୟତଙ୍କର ପେଣ୍ଠସ୍ଥଳ, ଧାମନଗରରୁ- ଯାଜପୁରକୁ ଲମ୍ବିଛି ଚେର

43

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ଅଂଚଳରେ ଦିନକୁ ଦିନ ଚୋରା ମଦବେପାର ଓ ମଦ ମାଫିଆଙ୍କ ପାଦୃଭାବ ବଢିଚାଲିଥିବାବେଳେ ଧାମନଗର ଥାନା ନିକଟସ୍ଥ ହବିବିନଗର କିଛି ଅନ୍ୟ ରାଜ୍ୟରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଆସି ଏଠାରେ ଘରଦ୍ୱାର କରି ରହିବା ସହିତ କିଛି ବ୍ୟକ୍ତି ମଧ୍ୟ ଭଡ଼ାଘରେ ରହି ବିଭିନ୍ନ ସ୍ଥାନରେ ଚୋରି, ଡ଼କାୟତି ଓ ରାହାଜିନି କରୁଥିବାର ଦେଖିବାକୁ ମିଳିଛି । କିଛିଦିନ ତଳେ ଧାମନଗର ହବିବିନଗରରୁ ଜୈନିକା ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ସିଧାସଳଖ ଭାବେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଳାର କେତେକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖି ଧାମନଗର ପରି ସ୍ଥାନରେ ବ୍ରାଉନ୍‌ସୁଗାର ବେପାର ଲିପ୍ତ ରହିଥିଲେ । ଏଠାରେ କେତେକ ବେକାର ଯୁବକ ମାନଙ୍କୁ ସାମିଲ କରାଇ ଏହି ଧଲାଜହର ବେପାରରେ ଲିପ୍ତ ରହୁଥିବାର ମଧ୍ୟ ଅଭିଯୋଗ ହେଉଛି । ଏହି ଧଳାଜହର କାରବାର ଖବରପାଇ ବିଭାଗୀୟ ଅଧିକାରୀ ମାନେ ହବିବିନଗରରେ ଏହି ଧଳାଜହର ବେପାରର ରାଣୀକୁ ଧରିବାପାଇଁ ଜାଲ ବିଛାଇଥିବାବେଳେ ମହିଳା ଜଣକ କୌଶଳ କରି ଫେରାର ହୋଇଯାଇଥିଲେ । ସେହିପରି ଉକ୍ତ ଅଂଚଳର ଚୋରା ବେଟେରି ଓ ଚୋରା ମୋବାଇଲ ଟାୱାର ଯନ୍ତ୍ରାଂଶ ଚୋର ମଧ୍ୟ ସକ୍ରୀୟ ଅଛନ୍ତି । ସେହିଭଳି ଏହି ହବିିନଗରରେ ଝାଡ଼ଖଣ୍ଡର ୱାସିମ ଆକ୍ରମ କିଛିଦିନ ଆସିକୁର ଖାଁଙ୍କ ଘରେ ରହିଥିବାବେଳେ ଏହି ପରବର୍ତ୍ତି ସମୟରେ ମୁଲଣାସାହି ଠାରେ ଜୈନିକ ଶିକ୍ଷକଙ୍କ ଘରେ ନିଜକୁ ଏକ ସ୍ୱଚ୍ଛଭାରତ କର୍ମଚାଣୀ ଭାବେ କହି ଘରେ ଭଡ଼ାନେଇ ରହି ଏଠାରେ ଚୋରି କରୁଥିବାର ଅଭିଯୋଗ ଆସିଛି ।

ଗତକାଲି କୂଆଖିଆ ଥାନା ଅଧିନ ହରିପୁରହାଟ ବସଷ୍ଟାଣ୍ଡରେ ଥିବା ମା’ତାରିଣୀ ପୃଷ୍ଟି ଅଳଙ୍କାରସୂନାଗହଣା ଦୋକାନର ଚୋରି ଘଟଣାରେ ଧାମନଗର ଅଂଚଳର କିଛି ଚୋରଙ୍କୁ କୂଆଖିଆ ପୋଲିସ ଧରିବାରେ ସକ୍ଷ୍ୟମ ହୋଇଛି । ଧରାଯାଇଥିବା ଚୋରଙ୍କ ମଧ୍ୟରେ ଜୈନିକ ଚୋର ଧାମନଗର ହବିବିନଗର ଅଂଚଳରୁ କହିବା ପରେ କୂଆଖିଆ ପୋଲିସ ସହଯୋଗରେ ଆଜି ଧାମନଗର ପୋଲିସ ମୁଲଣାସାହିରେ ରହୁଥିବା ୱାସିମ ଆକ୍ରାମ ଭଡ଼ାଘରେ ଚଢାଉ କରିଥିବାବେଳେ ଦୁଇଦିନ ହେବ ୱାସିମ ଏଠାରେ ରହୁନଥିବା ଘରମାଲିକ କହିଥିଲେ । ଆଜି ଧାମନଗର ଥାନା ଅଧିକାରୀ ପ୍ରଦୀପ ମହନ୍ତ, ଏସ୍‌ଆଇ ମୋତିଲାଲ ମାରାଣ୍ଡି ଓ ମୋନାଲିସା ପ୍ରଧାନ ସମେତ ସଦଳବଳେ ପୋଲିସ କର୍ମଚାରୀ ମୁଲଣାସାହି ଓ ହବିବି ନଗର ଗ୍ରାମରେ ଚଢାଉ କରିଛନ୍ତି । ହରିପୁର କୂଆଖିଆ ଚୋଣି ଘଟଣାର ଧାମନଗର ଅଂଚଳରୁ ତିନିଜଣ ଡ଼କାୟତ ସମ୍ପୃକ୍ତ ଥିବାର ଥାନାଅଧିକାରୀ ଶ୍ରୀ ମହନ୍ତ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଧାମନଗର ଅଂଚଳରେ କିଛି ଅନୁପ୍ରବେଶ କାରୀ ଏଠାରେ ଦେହ ଛପାଦେଇ ରହି ବିଭିନ୍ନ ସମୟରେ ଚୋାରି ରାହାଜାନି ମଧ୍ୟ କରୁଛନ୍ତି । ଏ ଦୀଗରେ ପୋଲିସ ଅଧିକ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.