Home ଜିଲ୍ଲା ପରିକ୍ରମା ଧାମନଗର: ପ୍ରେମ ବିବାହକୁ ନେଇ ବଜାରରେ ହାଇଡ୍ରାମା, ଥାନାରେ ଉଭୟ ପକ୍ଷ ଅଟକ

ଧାମନଗର: ପ୍ରେମ ବିବାହକୁ ନେଇ ବଜାରରେ ହାଇଡ୍ରାମା, ଥାନାରେ ଉଭୟ ପକ୍ଷ ଅଟକ

1

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନାଠାରୁ ସାନବଜାର ପର୍ଯ୍ୟନ୍ତ ଏକ ପ୍ରେମ ବିବାହକୁ କେନ୍ଦ୍ର କରି ଦୀର୍ଘ ଅଧ ଘଂଟା ଧରି ତୀବ୍ର ଉତେଜନା ଓ ହାଇଡ୍ରାମା ଦେଖିବାକୁ ମିଳିଛି। ୍ରାପ୍ତ ସୂଚନା ଅନୁଯାୟୀ, ଧୁଷୁରୀ ଥାନା ଅନ୍ତର୍ଗତ ସୂର୍ଜୀପୁର ଗ୍ରାମର ସୁବାସ ଯେନା ଙ୍କ ପୁଅ ଆକାଶ ଯେନା, ସେହି ଥାନା ଅଂଚଳର ଭଟସାହି ଗ୍ରାମର କିଶୋର ଯେନା ଙ୍କ ଝିଅ ସାରଥି ଯେନା ଙ୍କୁ ଗତ ଦୁଇ ଦିନ ତଳେ ଅପହରଣ କରି ନେଇଥିବା ନେଇ ଝିଅଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଧାମନଗର ଥାନା ଅଧୀନ ସୋହଡା ଗ୍ରାମରେ ଝିଅ ଥିବା ସନ୍ଧାନ ପାଇ ତୁରନ୍ତ ‘୧୧୨’ ଜରୁରୀକାଳୀନ ନମ୍ବରକୁ ଫୋନ୍ କରିଥିଲେ। ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ଝିଅକୁ ଉଦ୍ଧାର କରି ଥାନାକୁ ଆଣିଥିଲା। ତେବେ ଘଟଣାଟି ଧୁଷୁରୀ ଥାନା ଅଂଚଳର ହୋଇଥିବାରୁ ଧାମନଗର ପୋଲିସ ଉଦ୍ଧାର ଝିଅକୁ ଧୁଷୁରୀ ଥାନାକୁ ହସ୍ତାନ୍ତର କରିବାକୁ ଉଦ୍ୟମ କରୁଥିବା ବେଳେ ଝିଅର ପରିବାର ଲୋକେ “ଆମ ଝିଅକୁ ତୁରନ୍ତ ଆମକୁ ଫେରାଅ’ ବୋଲି ଦାବି କରି ରାସ୍ତାରେ ହଙ୍ଗାମା ସୃଷ୍ଟି କରିଥିଲେ। ଧାମନଗର ସାନବଜାର ଅଂଚଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଉତେଜନା ଯୋଗୁଁ ପ୍ରାୟ ଅଧ ଘଂଟା ଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଧାମନଗର ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ଉଭୟ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ଥାଉ କି ଆକାଶ ଓ ସାରଥି ଗତ ୨ ତାରିଖ ଦିନ ଭଦ୍ରକର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ବୈଦିକ ରୀତିନୀତିରେ ବିବାହ କରିବା ସହ ଭଦ୍ରକ ନୋଟାରୀ ରେ କୋର୍ଟ ମେରେଜ୍ କରିଥିବା ନେଇ ପ୍ରମାଣ ସାମ୍ନାକୁ ଆସିଛି। ମାତ୍ର ଝିଅର ବୟସ ନାବାଳିକା ଥିବା ସତ୍ୱେ ତାଙ୍କୁ ଜୋରଜବରଦସ୍ତ ଅପହରଣ କରି ବିବାହ କରାଯାଇଛି ବୋଲି ଝିଅର ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଘଟଣାର ଅଧିକ ତଦନ୍ତ ଧୁଷୁରୀ ଓ ଧାମନଗର ପୋଲିସ ପକ୍ଷରୁ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.