Home ଜିଲ୍ଲା ପରିକ୍ରମା ଧାମନଗର ପ୍ରସିଦ୍ଧ ପିରବାବା ଆସ୍ତାନ ସ୍ଥଳ ବିବାଦର ଅନ୍ତ, ଥାନାରେ ବସିଲା ଶାନ୍ତି କମିଟି, ହେଲା...

ଧାମନଗର ପ୍ରସିଦ୍ଧ ପିରବାବା ଆସ୍ତାନ ସ୍ଥଳ ବିବାଦର ଅନ୍ତ, ଥାନାରେ ବସିଲା ଶାନ୍ତି କମିଟି, ହେଲା ସମାଧାନ

6

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମନଗର ସ୍ଥିତ ବିଶିଷ୍ଟ ଧର୍ମଗୁରୁ ପିରବାବା ହଜରତ ମୂଜାହିଦ-ଇ-ମିଲତଙ୍କ ପବିତ୍ର ଆସ୍ତାନ ସ୍ଥଳ (ଖାନକା ସରିଫ) ର ଗେଟ୍‌?ରେ ତାଲା ପକାଇବାକୁ ନେଇ ସୃଷ୍ଟି ହୋଇଥିବା ଉତେଜନାପୂର୍ଣ୍ଣ ସ୍ଥିତିରେ ଶେଷରେ ପୂର୍ଣ୍ଣଛେଦ ପଡ଼ିଛି। ପୋଲିସ ଓ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ ଧାମନଗର ଥାନାରେ ଉଭୟ ପକ୍ଷକୁ ନେଇ କରାଯାଇଥିବା ଆଲୋଚନା ସଫଳ ହେବା ସହ ବିବାଦର ସମାଧାନ ହୋଇଛି।ପରିବାର ବିବାଦରୁ ଉତେଜନାର ସୂତ୍ରପାତ ହୋଇଥିଲା।ସୂଚନାଯୋଗ୍ୟ ଯେ, ଖାନକା ସରିଫର ପୂର୍ବତନ ମତଓଲି ସୟଦ ଗୋଲାମ ମହମ୍ମଦ ହବିବିଙ୍କର ଗତ ୨୦୨୫ ଡିସେମ୍ବର ୨୮ ତାରିଖରେ ଦେହାନ୍ତ ହେବା ପରେ ତାଙ୍କ ପୁତ୍ର ସୟଦ ହବିବିରଜା ହବିବି ମତଓଲି ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ପୂର୍ବତନ ମତଓଲିଙ୍କ ସାନଭାଇ ସୟଦ ଗୋଲାମ ଅହେମଦଙ୍କୁ ନେଇ ପରିବାର ଓ ଅନୁଷ୍ଠାନ ମଧ୍ୟରେ ବିବାଦ ସୂତ୍ରପାତ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଗୋଲାମ ଅହେମଦ ପ୍ରାୟ ୧୨ ବର୍ଷ ପୂର୍ବେ ଏକ ଚିଟଫଣ୍ଡ ମାମଲାରେ ପାଖାପାଖି ୧୭ କୋଟି ଟଙ୍କା ହଡ଼ପ କରି ଫେରାର ଥିଲେ। ଭାଇଙ୍କ ମୃତ୍ୟୁ ପରେ ସେ ଘରକୁ ଫେରିଥିଲେ ମଧ୍ୟ ତାଙ୍କ ନାମରେ ଥିବା ଏହି ଆର୍ôଥକ ଦୁର୍ନୀତି କଳଙ୍କ ଯୋଗୁଁ ପରିବାର ଲୋକେ ତାଙ୍କୁ ଗ୍ରହଣ କରି ନଥିଲେ।ଯାହାର ଦୁଃଖଦ ପରିଣତି ଶେଷରେ ଗେଟ୍‌ରେ ତାଲା ଓ ପୋଲିସ ସହ ଧସ୍ତାଧସ୍ତି ପର୍ଯ୍ୟନ୍ତ ଯାଇଥିଲା।ଏହି ବିବାଦ କାରଣରୁ ଗୋଲାମ ଅହେମଦ ଖାନକା ସରିଫର ୩ ନମ୍ବର ଗେଟ୍ ନିକଟରେ ‘ଏମ୍‌.ଏନ୍‌. କ୍ଲବ୍‌’ ଗଠନ କରି ସେଠାରେ ବସାଉଠା କରିଥିଲେ। ଫଳରେ ଗେଟ୍ ସମ୍ମୁଖରେ ଭିଡ଼ ଜମି ରହିବାରୁ ଉର୍ସ କମିଟି ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ୩ ନମ୍ବର ଗେଟ୍‌ରେ ତାଲା ପକାଇ ଅନ୍ୟ ଦୁଇଟି ଗେଟ୍ ଖୋଲାଯାଇଥିଲା। ଏହାକୁ ବିରୋଧ କରି ‘ଏମ୍‌.ଏନ୍‌. କ୍ଲବ୍‌’ର ସଦସ୍ୟମାନେ ଖାନକାର ସମସ୍ତ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ହଜାର ହଜାର ଭକ୍ତଙ୍କ ସମାଗମରେ ପାଳିତ ହେଉଥିବା ଏହି ପବିତ୍ର ଧର୍ମପୀଠରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବାରୁ ଧାମନଗର ପୋଲିସ ପହଂଚିଥିବା ବେଳେ ପୋଲିସ ଓ ଉତେଜନାକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା।ଶେଷରେ ପରିସ୍ଥିତି ଜଟିଳ ହେବାରୁ ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଏଡିସିନାଲ ଏସ୍‌ପି) ଅଂଶୁମାନ ଦ୍ୱିବେଦୀ ଧାମନଗର ଥାନାରେ ପହଂଚିଥିଲେ। ସେଠାରେ ଉଭୟ ପକ୍ଷରୁ ୧୦ ଜଣ ଲେଖାଏଁ ମୁରବୀ ଓ ଭଦ୍ରବ୍ୟକ୍ତିଙ୍କୁ ନେଇ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୪୭ ବର୍ଷ ଧରି ଯେଉଁ ନୀତିନିୟମ ଓ ପରମ୍ପରା ଅନୁଯାୟୀ ଏହି ଅନୁଷ୍ଠାନ ପରିଚାଳିତ ହୋଇଆସୁଛି, ସେହି ପୂର୍ବ ସ୍ଥିତି ବଜାୟ ରଖିବାକୁ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଛନ୍ତି। ଏଥିସହ ଭବିଷ୍ୟତରେ କେହି କାହାକୁ ଆକ୍ଷେପ କରି କହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ପଡ଼ିଛି। ଏଭଳି ଏକ ପବିତ୍ର ଶାନ୍ତିପୂର୍ଣ୍ଣ ଧର୍ମକ୍ଷେତ୍ରର ବାତାବରଣକୁ ଅଶାନ୍ତ ନ କରିବା ପାଇଁ ପ୍ରଶାସନ ତରଫରୁ ସମସ୍ତଙ୍କୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.