Home ଜିଲ୍ଲା ପରିକ୍ରମା ଧାମନଗର ଥାନା ଅଂଚଳରୁ ୧୩ ଗୋରୁ ଉଦ୍ଧାର,ପିକଅପ୍ ଗାଡ଼ି ଜବତ, ଡ୍ରାଇଭର ଫେରାର

ଧାମନଗର ଥାନା ଅଂଚଳରୁ ୧୩ ଗୋରୁ ଉଦ୍ଧାର,ପିକଅପ୍ ଗାଡ଼ି ଜବତ, ଡ୍ରାଇଭର ଫେରାର

1

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ନିକଟସ୍ତ କସା ବସ୍ତି ଅଞ୍ଚଳରୁ ୧୩ ଟି ଗୋରୁ ଉଦ୍ଧାର କରିବା ସହ ଏକ ପିକଅପ ଗାଡ଼ିକୁ ଜବତ କରିଛି ଧାମନଗର ପୁଲିସ।ସୂଚନା ଅନୁଯାୟୀ ଗତକାଲି ବିଳମ୍ବ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଧାମନଗର ପୁଲିସ ସେଠାରେ ଚଢ଼ାଉ କରିଥିଲା। ପୁଲିସ ଚଢ଼ାଉ ସମୟରେ ଗାଡ଼ିରେ ଥିବା ୧୩ ଟି ଗୋରୁକୁ ଉଦ୍ଧାର କରାଯାଇଥିବା ବେଳେ ପିକଅପ ଗାଡ଼ିଟିକୁ ଜବତ କରାଯାଇଛି। ତେବେ ପୁଲିସକୁ ଦେଖି ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଜବତ ପିକଅପ ଗାଡ଼ିଟି କେଉଁଠାକୁ ଯାଉଥିଲା ଏବଂ ଗୋରୁ ଗୁଡ଼ିକୁ କେଉଁଠାରୁ ଅଣାଯାଇଥିଲା, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଫେରାର ଡ୍ରାଇଭର କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି। ପରେ ଧାମନଗର ଗୋଷ୍ଠି ପଶୁ ଚିକିତ୍ସା ଅଧିକାରୀଣୀ ଓ ଟିମ ପହଂଚି ଗୋରୁ କୁ ଚିକିତ୍ସା କରା ଯାଇଥିବା ଦେଖିବା ପାଇଁ ମିଳିଛି । ତେବେ ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ପୁଲିସ ତଦନ୍ତ କରୁଛି।ସୂଚନା ଥାଉକି ଧାମନଗର ଥାନା ଅଂଚଳ ରୁ ଅନେକ ଥର ଏପରି ନୃଶଂସ ଭାବରେ ଗୋରୁ ଗୁଡ଼ିକୁ ଚାଲାଣ କରା ଯାଉଛି। ତେବେ ଗୋ ସେବକ ହେଉ କି ପୋଲିସ ହେଉ ସେମାନଙ୍କ ଦ୍ୱାରା ଗୋରୁ ଗାଡ଼ି ଜବତ ହେଉଚି ହେଲେ ୫ ଦିନ ମନ୍ଧ୍ୟା ରେ ଗାଡି ଗୁଡିକ ରିଲିଜ୍ ହେଉଚି ।ଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବିହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.